fbpx

କାହିଁକି ଚଳିତ ବର୍ଷ ଅଧିକ ମାତ୍ରାରେ ବ୍ୟାପୁଛି ଡେଙ୍ଗୁ? ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ସବୁ ପ୍ରତିକାର

Advertisement

ନୂଆଦିଲ୍ଲୀ: ପ୍ରତିବର୍ଷ ଦେଶ ଓ ରାଜ୍ୟ ମାନଙ୍କରେ ଅନେକ ପ୍ରକାର ସଂକ୍ରମଣକାରୀ ରୋଗ ବ୍ୟାପୁଛି । ଗତବର୍ଷ ୨୦୨୦ ଠାରୁ କରୋନା ମହାମାରୀ କାରଣରୁ ଲୋକମାନେ ସଂକ୍ରମଣ ଭୟରେ ଦିନ କାଟୁଥିବା ବେଳେ ଡେଙ୍ଗୁ ଆଉ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ଖାସ୍ କରି ଚଳିତ ବର୍ଷ ଡେଙ୍ଗୁର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି । ଏହାର ପ୍ରଭାବ ୩ ମାସ ହେଲା ଅଧିକ ରହିଛି । ତେବେ ଯଦି ଉତ୍ତରପ୍ରଦେଶ କଥା କହିବା ତେବେ ସେଠାରେ ଡେଙ୍ଗୁ ଓ ଭାଇରାଲ୍ ଫିଭର୍ ର ଗଭୀର ସମସ୍ୟା ଦେଖିବାକୁ ମିଳିଛି । ରାଜ୍ୟର ଫିରୋଜାବାଦ୍ ଜନପଦ ଠାରେ ଡେଙ୍ଗୁ ଓ ସଂକ୍ରମଣକାରୀ ଜ୍ୱରର ପ୍ରକୋପ ଏତେ ଅଧିକ ରହିଛି ଯେ ଡାକ୍ତର ଓ ପ୍ରଶାସନ ଏହାର କାରଣ ଜାଣିପାରୁନାହାନ୍ତି ।

ସୂଚନା ରହିଛି ଯେ, ଆଗ୍ରା ଜନପଦରେ ୪୫ ପିଲାଙ୍କ ସମେତ ୭୦ ଜଣଙ୍କର ଭାଇରାଲ୍ ଜ୍ୱରରେ ମୃତ୍ୟୁ ହୋଇଛି । ତେବେ ଏହି ଭାଇରାଲ୍ ଜ୍ୱର କଣ? ଏହା ଡେଙ୍ଗୁ ନୁହେଁ କି କୋଭିଡ୍ ସଂକ୍ରମଣ ନୁହେଁ? ତେବେ ଏହା କଣ ? କିନ୍ତୁ ଡାକ୍ତର ମାନେ ଏହାକୁ ସଂକ୍ରମଣ ଶ୍ରେଣୀରେ ରଖିଛନ୍ତି । ଏ ପର୍ଯ୍ୟନ୍ତ ଏହାର କୌଣସି ସଠିକ୍ ଉପଚାର ମିଳିପାରିନି । ତେବେ ଏନେଇ ବିଶେଷଜ୍ଞ ମାନେ କହିଛନ୍ତି ଯେ, କରୋନା କାଳରେ ଲୋକଙ୍କ ରୋଗ ପ୍ରତିରୋଧକ କ୍ଷମତା କମିଯାଇଛି । ଯାହାଫଳରେ ସେମାନେ ନାନା ପ୍ରକାରର ସଂକ୍ରମଣର ଶିକାର ହେଉଛନ୍ତି । ଏହା ଏକ କାରଣ ହୋଇପାରେ ।

ଯେତେବେଳେ କୌଣସି ପ୍ରକାର ସଂକ୍ରମଣକାରୀ ରୋଗ ପରିବାରର କାହାକୁ ବ୍ୟାପୁଛି ତେବେ ତାହା ପୂରା ପରିବାରକୁ ବ୍ୟାପିବାରେ ଲାଗୁଛି । ଏପରି ପ୍ରତି ବର୍ଷ ଦେଖିବାକୁ ମିଳୁଛି । ହେଲେ ଚଳିତ ବର୍ଷ ଏହାର ମାତ୍ରା ଅଧିକ ରହିଛି । କୋଭିଡ୍ ର ବିଭିନ୍ନ ପ୍ରକାରର ଷ୍ଟ୍ରେନ୍ ଦେଖିବାକୁ ମିଳୁଥିବା ବେଳେ ଏହା ଅନ୍ୟାନ୍ୟ ସଂକ୍ରମଣକାରୀ ରୋଗକୁ ଜନ୍ମ ଦେଉଛି । ତେଣୁ ସଚେତନତାର ଅଭାବରେ ରୋଗ ଖୁବ୍ ଶ୍ରୀଘ ଜଣଙ୍କ ଠାରୁ ଅନ୍ୟଜଣଙ୍କୁ ବ୍ୟାପୁଛି ।

ଡେଙ୍ଗର ୪ଟି ଶ୍ରେଣୀ ରହିଛି । ଯେଉଁଥିରେ ଡି୪ ହେଉଛି ସବୁଠାରୁ ଅଧିକ ଘାତକ । ଏଥିରେ ରୋଗୀଙ୍କୁ ଖୁବ୍ ଜୋରରେ ଜ୍ୱର, ବାନ୍ତି, ମୁଣ୍ଡବିନ୍ଧା ଏବଂ ପିଲାମାନଙ୍କୁ ନିମୋନିଆ ହେବା ଭଳି ଲକ୍ଷଣ ଦେଖାଦେଉଛି । ଏହାର ସବୁଠାରୁ ପ୍ରଥମ ଉପଚାର ହେଉଛି ନିଜର ଆଖପାଖକୁ ସଫା ରଖନ୍ତୁ । ଘର ପାଖରେ ପାଣି ଏକାଠି ହେବାକୁ ଦିଅନ୍ତୁ ନାହିଁ । ଘରର ଯେଉଁ କୋଣରେ ଅନ୍ଧାର ରହିଛି ସେ ସ୍ଥାନରେ ଆଣ୍ଟି ମସକିଟୋ ସ୍ପ୍ରେ ର ସିଞ୍ଚନ କରନ୍ତୁ ।

Get real time updates directly on you device, subscribe now.