fbpx

ଅଯୋଧ୍ୟାରେ ରାମଲଲାଙ୍କ ୫ ବର୍ଷର ବାଳକ ମୂର୍ତ୍ତି କାହିଁକି ସ୍ଥାପନ କରାଗଲା? କ’ଣ ରହିଛି ଏହାର ତାତ୍ପର୍ଯ୍ୟ ଆସନ୍ତୁ ଜାଣିବା

ଅଯୋଧ୍ୟା: ରାମ ମନ୍ଦିରରେ ରାମଲଲାଙ୍କ ଆଗମନ ହୋଇସାରିଛି । ଭବ୍ୟ ରାମ ମନ୍ଦିର ଓ କୌଶଲ୍ୟା ନନ୍ଦନଙ୍କ ମନମୋହକ ମୂର୍ତ୍ତି ଦେଖି ଭକ୍ତଗଣ ଭାବ ବିହ୍ୱର ହୋଇ ଉଠିଛନ୍ତି । ୫୦୦ ବର୍ଷର ଅପେକ୍ଷା ପରେ ଆଜି ପବିତ୍ର ନଗରୀ ଅଯୋଧ୍ୟାରେ ରାଜାରାମଙ୍କ ମହଲ ନିର୍ମାଣ ହୋଇପାରିଛି । ଶହ ଶହ ବର୍ଷର ତପ, ଜପ, ତ୍ୟାଗ ଓ ଧୈର୍ଯ୍ୟ ପରେ ୨୨ ଜାନୁୟାରୀ ୨୦୨୪ର ଶୁଭ ମୁହୂର୍ତ୍ତରେ ରାମମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ରାମ ମନ୍ଦିରରେ ୫ ବର୍ଷର ବାଳକ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି ଯାହାକି ୫୧ ଇଞ୍ଚ ଅଟେ । ତେବେ ଏହି କ୍ରମରେ ଆସନ୍ତୁ ଜାଣିବା ଅଯୋଧ୍ୟାରେ ରାମଲଲାଙ୍କୁ ୫ ବର୍ଷର ସ୍ୱରୂପ କାହିଁକି ଦିଆଯାଇଛି ?

ଅଯୋଧ୍ୟା ମନ୍ଦିରରେ ବିରାଜିତ ରାମଲଲାଙ୍କ ୫ ବର୍ଷର ସ୍ୱରୂପ ସମସ୍ତଙ୍କୁ ଆକର୍ଷିତ ଓ ବିମୋହିତ କରୁଛି । ବାଳ ସ୍ୱରୂପ ରାମ ଭଗବାନଙ୍କୁ ଦେଖି ସମସ୍ତେ ଭାବୁକ ହୋଇପଡୁଛନ୍ତି । ତେବେ ବହୁ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି କି ରାମଲଲାଙ୍କ ମୂର୍ତ୍ତିିକୁ ୫ ବର୍ଷର ସ୍ୱରୂପ କାହିଁକି ଦିଆଯାଇଛି । ହିନ୍ଦୁ ଧର୍ମ ଅନୁସାରେ ୫ ବର୍ଷର ସମୟକୁ ହିଁ ବାଲ୍ୟକାଳ ମନେ କରାଯାଏ । ୫ ବର୍ଷ ପର୍ଯ୍ୟନ୍ତ ପିଲା ଅବୋଧ ହୋଇଥାଏ । ତେଣୁ ତା’ର ସବୁ ଭୁଲ୍ କ୍ଷମା କରିଦିଆଯାଏ । ହିନ୍ଦୁ ଗ୍ରନ୍ଥ ଅନୁସାରେ ୫ ବର୍ଷ ପର୍ଯ୍ୟନ୍ତ ଭଗବାନ ଓ ଦିବ୍ୟ ପୁରୁଷଙ୍କ ବାଳଲୀଳାର ଆନନ୍ଦ ନିଆଯାଇଛି


ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମୂର୍ତ୍ତି ୫୧ ଇଞ୍ଚର ରହିଛି । ସାଧାରଣତଃ ୫ ବର୍ଷ ପର୍ଯ୍ୟନ୍ତ ଶିଶୁର ଉଚ୍ଚତା ୪୩ରୁ ୪୫ ଇଞ୍ଚ ମଧ୍ୟରେ ରହିଥାଏ । କିନ୍ତୁ ଭଗବାନ ରାମ ଯେଉଁ ଯୁଗରେ ଜନ୍ମ ନେଇଥିଲେ ସେହି ସମୟରେ ଶିଶୁର ଉଚ୍ଚତା ଅଧିକ ରହୁଥିଲା । ଏହା ବ୍ୟତିତ ୫୧ ଏକ ଶୁଭ ସଂଖ୍ୟା ଥିବାରୁ ରାମଲଲାଙ୍କ ମୂର୍ତ୍ତିର ଉଚ୍ଚତା ୫୧ ଇଞ୍ଚ ରଖାଯାଇଛି ।

Get real time updates directly on you device, subscribe now.