fbpx

ଅଫିସରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ VPN କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ ୩ଟି ପ୍ରମୁଖ କଥା

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ଘରେ ବସି ଅନଲାଇନ୍ ମାଧ୍ୟମରେ ସବୁ କାର୍ଯ୍ୟ ସୁରୁଖୁରୁରେ ହୋଇଯାଉଛି । ଅନେକ ସ୍ଥାନରେ ୱାର୍କ ଫ୍ରମ୍ ହୋମର ସୁବିଧା ମଧ୍ୟ ରହିଛି । କିନ୍ତୁ ଯଦି ଆପଣ ଅଫିସରେ କାମ କରୁଛନ୍ତି ତେବେ ସାଧାରଣ କଥା କି ଉକ୍ତ କମ୍ପାନୀର ନେଟୱାର୍କ ବ୍ୟବହାର କରୁଥିବେ । ଏଭଳି କ୍ଷେତ୍ରରେ କମ୍ପାନୀର ଏକ ବିଶେଷ ଡିପାର୍ଟମେଣ୍ଟ ରହିଛି ଯାହା ଆପଣଙ୍କ ଇଣ୍ଟରନେଟ୍ ଟ୍ରାଫିକ୍‌(ଇଣ୍ଟରନେଟ୍ ଆକ୍ଟିଭିଟି) ଉପରେ ନଜର ରଖିଥାଏ । Google Chrome, Firefox, Microsoft Edge ଭଳି ୱେବ୍ ବ୍ରାଉଜରରେ ଥିବା ପ୍ରାଇଭେଟ୍ ବ୍ରାଉଜିଂ ଫିଚର ଆପଣଙ୍କ ପ୍ରାଇଭେସି ବଜାୟ ରଖିଥାଏ ବୋଲି ଭାବିବା ଭୁଲ । କାରଣ ଏଠି ବ୍ରାଉଜରରେ ଷ୍ଟୋର ହେଉଥିବା ସର୍ଚ୍ଚ ହିଷ୍ଟ୍ରି, cache କିମ୍ବା cookie ନୁହେଁ ବରଂ ଆପଣଙ୍କ ନେଟୱାର୍କ ସର୍ଭରରେ ଦେଖାଯାଉଥିବା ଟ୍ରାଫିକକୁ ନେଇ ପ୍ରଶ୍ନ ଉଠୁଛି ।

VPN ଅର୍ଥାତ ଭର୍ଚୁଆଲ ପ୍ରାଇଭେଟ୍ ନେଟୱାର୍କ । ଏହା ଆପଣଙ୍କ ଇଣ୍ଟରନେଟ୍ ଟ୍ରାଫିକକୁ ଏନକ୍ରିପ୍ଟ ରଖିଥାଏ । ଏହା ଦ୍ୱାରା ଆପଣ କେଉଁ ୱେବସାଇଟ୍ ଦେଖୁଛନ୍ତି କିମ୍ବା କାହାକୁ ଡାଟା ପଠାଉଛନ୍ତି ବା ପ୍ରାପ୍ତ କରୁଛନ୍ତି ଏ ବିଷୟରେ ମାଲିକ ଅନବିଜ୍ଞ ରହିବେ । ତେବେ ଆସନ୍ତୁ ଜାଣିବା ବ୍ୟବହାର କରିବା ଦ୍ୱାରା କ’ଣ ଲାଭ ହୋଇଥାଏ ?

୧. ପ୍ରାଇଭେସୀ ବଜାୟ ରଖିଥାଏ: ଆଜିକାଲି ଡିଜିଟାଲ ପ୍ରାଇଭେସୀ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଅଫିସ୍ ଲାପଟପ୍ ଯଦି କୌଣସି ପବ୍ଲିକ୍ ଡସ-ୠସ ସହ ଜଡ଼ିତ ଥାଏ ତେବେ ଆପଣଙ୍କ ବ୍ୟକ୍ତିଗତ କିମ୍ବା ପ୍ରୋଫେସନାଲ ଡାଟା ଚୋରୀ ହେବାର ଆଶଙ୍କା ରହିଥାଏ । କାରଣ ପବ୍ଲିକ୍ Wi-Fi  ଦୁର୍ବଳ ଅଟେ । VPN ଏନକ୍ରିପସନ୍ ଆପଣଙ୍କୁ ହ୍ୟାକର୍ସଙ୍କ ଠାରୁ ଦୂରେଇ ରଖିଥାଏ ।

୨. ଇଣ୍ଟରନେଟ୍ ସ୍ପିଡ୍‌: ପ୍ରତ୍ୟେକ କମ୍ପାନୀ ମାଲିକ ଫାଷ୍ଟ ଇଣ୍ଟରନେଟ୍ ସ୍ପିଡ୍ ପାଇଁ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡରଙ୍କୁ ଅଧିକ ଅର୍ଥ ପୈଠ କରିଥାନ୍ତି । ଏହା ସତ୍ତ୍ୱେ ହାଇ ୟୁସେଜ୍ ଏବଂ ଷ୍ଟ୍ରିମିଂ ସମୟରେ ଇଣ୍ଟରନେଟ୍ ସ୍ପିଡ୍ କମି ଯାଏ । VPN ଏନକ୍ରିପସନ୍ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡରଙ୍କ ଠାରୁ ମଧ୍ୟ ଆପଣଙ୍କୁ ସୁରକ୍ଷା ପ୍ରଦାନ କରିଥାଏ । ଫଳରେ କନେକ୍ସନରେ ବାଧା ସୃଷ୍ଟି ହୋଇନଥାଏ ଏବଂ ଆପଣ ହାଇ ସ୍ପିଡ୍ ଇଣ୍ଟରନେଟର ଲାଭ ଉଠାଇଥାନ୍ତି ।

୩. ବ୍ୟାନ୍ ୱେବସାଇଟକୁ Access: VPN ଦ୍ୱାରା ବ୍ୟାନ୍ ୱେବସାଇଟକୁ ମଧ୍ୟ access କରିପାରିବା । ଏହା କମ୍ପାନୀ ନିୟମ ବିରୁଦ୍ଧରେ ହୋଇଥାଇପାରେ କିନ୍ତୁ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ VPNର ସହଯୋଗ ନେଇପାରିବା । ଉଦାହରଣ ସ୍ୱରୂପ ୟୁଟ୍ୟୁବ୍‌, ନେଟ୍‌ଫ୍ଲିକ୍ସ ଭଳି ଅନେକ ୱେବସାଇଟ୍ ମାଧ୍ୟମରେ VPN ଅନବ୍ଲକ୍ କରିପାରିବା । ଏହା ଆପଣଙ୍କ ବ୍ରାଉଜିଂ ଟ୍ରାଫିକକୁ ଏନକ୍ରିପ୍ଟ ରଖିଥାଏ ।

Get real time updates directly on you device, subscribe now.