ଓଡିଶା ଭାସ୍କର: ସମାଜରେ ଆଜି ବି ବେଶ୍ୟା କୁ ଘୃଣ୍ୟ ଦୃଷ୍ଟିରେ ଦେଖାଯାଉଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯାହାକୁ ଆମ ସମାଜ ଘୃଣ୍ୟ ଦୃଷ୍ଟିରେ ଦେଖୁଛି ସେହି ବେଶ୍ୟାଳୟର ମାଟି, ମା ଦୁର୍ଗାଙ୍କ ମୂର୍ତ୍ତି ତିଆରି ପାଇଁ ଲାଗି କରାଯାଇଥାଏ । ମାତ୍ର ଆପଣଙ୍କ ମନରେ ଏନେଇ ନିଶ୍ଚୟେ ପ୍ରଶ୍ନ ଉଠୁଥିବ କି ମାଙ୍କ ମୂର୍ତ୍ତି ପାଇଁ କାହିଁକି ବେଶ୍ୟାଳୟ ମାଟି ବ୍ୟବହାର କରାଯାଏ । ତେବେ ଆଜି ଆମେ ଆପଣଙ୍କୁ ଏହାର କିଛି ପୌରାଣିକ ମହତ୍ୱ ବିଷୟରେ କହିବାକୁ ଯାଉଛୁ । ପାରମ୍ପରିକ ମାନ୍ୟତା ଅନୁଯାୟୀ, ଗୋମୂତ୍ର, ଗୋବର, କାଠି, ସିନ୍ଦୁର, ପବିତ୍ର ନଦୀର ମାଟି, ବନସ୍ପତି ଏବଂ ଜଳ ସହିତ ନିଷିଧ ପାଲିର ମାଟିରେ ମାତାଙ୍କ ମୂର୍ତ୍ତି ତିଆରି ସର୍ବଶ୍ରେଷ୍ଠ ହୋଇଥାଏ । ବେଶ୍ୟାଙ୍କ ଆଖ ପାଖ ଅଞ୍ଚଳକୁ ନିଷିଧ ପାଲି ବୋଲି କୁହାଯାଇଥାଏ । ଯେଉଁଠିକୁ ଯିବା ନିଷେଧ । ମୂର୍ତ୍ତି ତିଆରିରେ ବେଶ୍ୟାଳୟ ମାଟି ମିଶିଲେ ତାହା ପୂର୍ଣ୍ଣ ହୋଇଥାଏ ବୋଲି ମାନ୍ୟତା ରହିଛି । ଏହି ପରମ୍ପରା ବହୁ ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଛି ।
ଲୋକକଥା ଅନୁଯାୟୀ,ପ୍ରାଚୀନ କାଳରେ ମା’ ଦୁର୍ଗାଙ୍କର ଜଣେ ବେଶ୍ୟା ଭକ୍ତ ଥିଲେ । ତାକୁ ତିରସ୍କାରରୁ ରକ୍ଷା କରିବା ପାଇଁ ମା’ ସ୍ୱୟଂ ତାର ଅଗଣା ମାଟିରୁ ନିଜ ମୂର୍ତ୍ତି ସ୍ଥାପିତ କରିବା ପରମ୍ପରା ଆରମ୍ଭ କରିଥିଲେ । ସେହିପରି ଅନ୍ୟ ଏକ ମାନ୍ୟତା ଅନୁଯାୟୀ,ଯେବେ ବି କୌଣସି ବ୍ୟକ୍ତି ବେଶ୍ୟାଳୟକୁ ଯାଇଥାନ୍ତି, ସେଠାରେ ସେ ତାଙ୍କର ସମସ୍ତ ପବିତ୍ରତା , ମାନସମ୍ମାନ,ପୁଣ୍ୟ ଆଦିକୁ କାଢି ଫିଙ୍ଗି ଦେଇଥାନ୍ତି । ଭିତରେ ସେ କେବଳ ପୁରୁଷ ହିଁ ରହିଯାଇଥାନ୍ତି । ସେଥିପାଇଁ ମାଙ୍କ ମୂର୍ତ୍ତି ତିଆରିରେ ବେଶ୍ୟାଳୟା ମାଟି ଶୁଭ ହୋଇଥାଏ କାରଣ ସେମାନେ ସାରା ଦୁନିଆର ପୁରୁଷଙ୍କ ପବିତ୍ରତାକୁ ନିଜ ଦେହକୁ ନେଇ ଥାନ୍ତି । ଆହୁରି ମଧ୍ୟ କେହି କେହି ମତ ଦିଅନ୍ତି କି ବେଶ୍ୟାବୃତ୍ତି ସବୁଠାରୁ ବଡ ଅପରାଧ । ତେଣୁ ଏମାନଙ୍କୁ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ମୋକ୍ଷ ପ୍ରାପ୍ତି କରିବାକୁ ବେଶ୍ୟାଳୟର ମାଟିକୁ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟବହାର କରାଯାଇଥାଏ ।