fbpx

ସ୍ୱାମୀ ଉପରେ ସ୍ତ୍ରୀର ଅକଥନୀୟ ଅତ୍ୟାଚାର, ଛୁରୀରେ କଲା ରକ୍ତାକ୍ତ; ନିଜ ପୁଅକୁ ବି ପ୍ଲାଷ୍ଟିକ୍ ଚେୟାରରେ ମାରିଲା ମାଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୋସିଆଲ ମିଡିଆରେ ସ୍ୱାମୀ ଓ ସ୍ତ୍ରୀର ମାଡ଼ ମାରିବାର ଦୃଶ୍ୟ ଏବେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଥିବା ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଯଦି ଭାଇରାଲ୍ ଭିଡିଓ କଥା କହିବା ତେବେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ଖୁବ୍ ଜୋରରେ ମାଡ଼ ମାରୁଛି । ଗାଲକୁ ଗୋଟିଏ ପରେ ଗୋଟିଏ ଚାପୁଡ଼ା ମାରି ଚାଲିଛି । କହିବାକୁ ଗଲେ ସ୍ତ୍ରୀ ଟି ନିଜ ସ୍ୱାମୀକୁ ଅକଥନୀୟ ଅତ୍ୟାଚାର କରିଥିବା ଜଣାପଡ଼ିଛି । ତେବେ ସେମାନଙ୍କ ପୁଅ ମାଡ଼ ମାରୁଥିବା ବେଳର ଭିଡିଓ ଉତ୍ତୋଳନ କରିଥିବା ଜଣାପଡ଼ିଛି ।

ସୂଚନା ଯେ, ଭିଡିଓରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ସ୍ୱୟଂ ସିଦ୍ଧାର୍ଥ ସାହୁ । ତେବେ ସେ ନିଜ ସ୍ତ୍ରୀ ନାମରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପତ୍ନୀ ଅତ୍ୟନ୍ତ ଅଭଦ୍ର ଭାଷାରେ ଗାଳି ଗୁଳଜ କରି ମାଡ଼ ମାରେ । ମାଡ଼ ମାରିବା ପରେ ତାର ମନ ବୁଝେ ନାହିଁ ଯେ, ଘରେ ଥିବା ବିଭିନ୍ନ ଜିନିଷରେ ନିଆଁ ବି ଲଗାଇଦିଏ । ଏପରିକି ସେ ନିଜ ପୁଅକୁ ପ୍ଲାଷ୍ଟିକ୍ ଚେୟାର୍ ରେ ପିଟେ । ତେବେ ଭାଇରାଲ୍ ଭିଡିଓଟି ଗତକାଲିର ବୋଲି ଜଣାପଡ଼ିଛି । ସେପ୍ଟେମ୍ବର ୩୦ ତାରିଖ ଦିନ ଉକ୍ତ ବ୍ୟକ୍ତିଙ୍କୁ ଖୁବ୍ ଜୋରରେ ମାଡ଼ ମାରିଥିଲେ ଓ ଛୁରୀରେ ମାରି ପେଟ ରକ୍ତାକ୍ତ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.