ଶୀତଦିନେ ଫ୍ରିଜର ରକ୍ଷଣାବେକ୍ଷଣ, ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ଭୁଲ, ନହେଲେ ବଢିଯିବ ଖର୍ଚ୍ଚ
ଇଲେକ୍ଟ୍ରି ବିଲ୍ ବଞ୍ଚାଇବା ଉପାୟ ସାଜିପାରେ ଅଧିକ ଖର୍ଚ୍ଚର କାରଣ। ଶୀତଦିନ ପାଇଁ ଫ୍ରିଜକୁ ଅଧିକ ସମୟ ବନ୍ଦ ରଖନ୍ତୁ ନାହିଁ। ଏହି ସାମାନ୍ୟ ଅସାବଧାନତା କରିପାରେ ବଡ଼ ଧରଣର କ୍ଷତି।
ଓଡ଼ିଶା ଭାସ୍କର: ଶୀତଦିନେ ଫ୍ରିଜର ରକ୍ଷଣାବେକ୍ଷଣ ବହୁତ ସାବଧାନତାର ସହ କରିବା ଉଚିତ। ସାମାନ୍ୟ ଅସାବଧାନତା ବଡ଼ ଧରଣର କ୍ଷତି କରିପାରେ।
ଶୀତ ଋତୁରେ ତାପମାତ୍ରା ବହୁତ କମ୍ ହୋଇଯାଏ, ଯେଉଁକାରଣରୁ ଘରେ ଫ୍ରିଜର ବିଶେଷ ଆବଶ୍ୟକତା ନଥାଏ । ସେଥିପାଇଁ ଲୋକମାନେ ଫ୍ରିଜକୁ ବନ୍ଦ ରଖିଥାନ୍ତି।
ଫ୍ରିଜ ଅଧିକ ସମୟ ବନ୍ଦ ରଖନ୍ତୁ ନାହିଁ: ଶୀତ ଦିନେ ଫ୍ରିଜ୍ ର ସୀମିତ ବ୍ୟବହାର ହୋଇଥାଏ। ସେଥିପାଇଁ କିଛି ଲୋକ ବିଦ୍ୟୁତ୍ ବିଲ୍ ସଞ୍ଚୟ କରିବା ପାଇଁ ଫ୍ରିଜ୍ ବନ୍ଦ କରି ଏହାକୁ କେବଳ ଷ୍ଟୋରେଜ୍ ପାଇଁ ବ୍ୟବହାର କରିଥାନ୍ତି।
ଫ୍ରିଜ୍ କୁ ଅଧିକ ସମୟ ପର୍ଯ୍ୟନ୍ତ ବନ୍ଦ ରଖିବା ଦ୍ୱାରା ଏହାର କମ୍ପ୍ରେସର ଜାମ୍ ହେବାର ଆଶଙ୍କା ରହିଥାଏ। ଜାମ୍ ହେଲେ ନୂଆ କମ୍ପ୍ରେସର ଲଗାଇବାକୁ ପଡ଼ିବ, ଯାହାର ବୋଝ ଆପଣଙ୍କ ପକେଟ ଉପରେ ଆସିବ। ଏଥିରୁ ରକ୍ଷା ପାଇବା ପାଇଁ ଫ୍ରିଜକୁ ଅଧିକ ସମୟ ପର୍ଯ୍ୟନ୍ତ ବନ୍ଦ ନ ରଖିବା ଜରୁରୀ ।
କାନ୍ଥକୁ ଲଗାନ୍ତୁ ନାହିଁ: ଜାଗା ବଞ୍ଚାଇବା ପାଇଁ କିଛି ଲୋକ କାନ୍ଥ କିମ୍ବା ଅନ୍ୟ ାନ୍ୟ ଜିନିଷ ପାଖରେ ଫ୍ରିଜ୍ ରଖନ୍ତି। ଏପରି କରିବା ଦ୍ୱାରା ବଡ଼ ଧରଣର କ୍ଷତି ହୋଇପାରେ।
ତେଣୁ ସବୁବେଳେ ଫ୍ରିଜର ପଛ ପଟ ଓ କାନ୍ଥ ମଧ୍ୟରେ ଟିକିଏ ଦୂରତା ରଖନ୍ତୁ। ଫ୍ରିଜରୁ ଗରମ ପବନ ବାହାରିବା ପାଇଁ ଏହା ଜରୁରୀ ।
ଫ୍ରିଜ ନିକଟରେ ହିଟର ରଖନ୍ତୁନି: ଅନେକ ଲୋକ ଶୀତଦିନେ ହିଟରର ବ୍ୟବହାର କରିଥାନ୍ତି। ଧ୍ୟାନ ରଖନ୍ତୁ ଯେ, ଫ୍ରିଜ ନିକଟରେ ଯେପରି ହିଟର ନରୁହେ। ଏହା ଫ୍ରିଜର କମ୍ପ୍ରେସରକୁ ଖରାପ କ୍ଷତି ପହଞ୍ଚାଇପାରେ ।
ଭୋଲ୍ଟେଜ୍ ଷ୍ଟାବିଲାଇଜ ଲଗାନ୍ତୁ: କେତେକ ସ୍ଥାନରେ ଭୋଲ୍ଟେଜ୍ ଅପ୍ ଡାଉନ୍ ହୁଏ। ଏଭଳି ସ୍ଥାନରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବ୍ୟବହାର କରିବା ଟିକେ କଷ୍ଟକର।
ଯଦି ଆପଣଙ୍କର ଏଭଳି ସମସ୍ୟା ହେଉଥାଏ ତେବେ ଭୋଲ୍ଟେଜ୍ ଷ୍ଟାବିଲାଇଜର କାମରେ ଆସିପାରେ । ଏହା ଭୋଲ୍ଟେଜ୍ କୁ ସ୍ଥିର ରଖିଥାଏ, ଯାହା ଦ୍ୱାରା ଫ୍ରିଜକୁ ପାୱାର ସପ୍ଲାଏରେ ଅସୁବିଧା ହେବନାହିଁ।