fbpx

ରାଜ୍ୟରେ ବଢିଲାଣି ଶୀତ , ସବୁଠାରୁ କନ୍ଧମାଳରେ ଅଧିକ ଥଣ୍ଡା

ଭୁବନେଶ୍ୱର: ରାଜ୍ୟରେ ଏବେ ଶୀତର ମାତ୍ରା ବଢିବାରେ ଲାଗିବା ସହ ଆଜି ଚଉଦଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଓଡିଶାର କନ୍ଧମାଳ ଜିଲ୍ଲା ଉଦୟଦିରିରେ ସର୍ବର୍ନିମ୍ନ ତାପମାତ୍ରା ୯.୬ ଡିଗ୍ରୀ ରେକର୍ଡ ସୃଷ୍ଟି କରିଛି । ଏଥିସହ ରାତ୍ରିରେ ସମତଳ ଅଂଚଳ ଫୁଲବାଣୀରେ ସର୍ବନିମ୍ନ ୧୧.୫ ଡିଗ୍ରୀ ତାପମାତ୍ରା ରହିଛି ।

ସେହିପରି କୋରାପୁଟ ଜିଲ୍ଲା ସିମିଳିଗୁଡାରେ ୧୦.୩ ଡିଗ୍ରୀ , ଦାରିଙ୍ଗବାଡ଼ିରେ ୧୨ ଡିଗ୍ରୀ ଓ ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୧୧.୭ରେ ରେକର୍ଡ ସୃଷ୍ଟି କରିଛି । ତେବେ କଟକ ଏବଂ ଭୁବନେଶ୍ୱର କଥା କହିଲେ ଏଠାରେ ୧୭ ଡିଗ୍ରୀ ପାରଦ ତଳକୁ ଖସିଛି । ଏନେଇ ଅଚଂଳିକ ପାଣିପାଗ ବିଭାଗ ସୂଚନା ଦେଇଛି ଯେ, ଆଗମୀ ୪ରୁ ୫ଦିନ ପର୍ଯ୍ୟନ୍ତ ରାତ୍ରିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୨ରୁ ୩ ଡିଗ୍ରୀ ଯାଏ କମ ରହିବ ରାଜ୍ୟରେ ।

ଏହାଛଡା ଆସନ୍ତା ୧୬ତାରିଖ ଆଡକୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଂଚଳରେ ଲଘୁଚାପ ସୃଷ୍ଟି ହେବା ନେଇ ଆଶଙ୍କା ଅଛି । ଲଘୁଚାପକୁ ନେଇ ଆଂଚଳିକ ପାଣିପାଗ ବିବାଗ ପକ୍ଷରୁ କିଛି ସୂଚନା ମିଲିନାହିଁ । ତେବେ ବର୍ତ୍ତମାନ ସକାଳ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡିଆ ପାଗ କରିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଆସନ୍ତା ଚାରି ରୁ ପାଂଚଦିନ ପର୍ଯ୍ୟନ୍ତ ଶୀତର ମାତ୍ରା ରାଜ୍ୟରେ ରହିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.