fbpx

ମନ ପସନ୍ଦର ସନ୍ତାନକୁ ଜନ୍ମ ଦେବା ପାଇଁ ମହିଳା ଆୟୋଜନ କଲେ ସ୍ପର୍ମ ପାର୍ଟି, ଚୟନ କଲେ ଜଣେ ଡୋନର୍

Advertisement

ନୂଆଦିଲ୍ଲୀ: ଆଜିକାଲି ବିଭିନ୍ନ ଦେଶରୁ ଅଜବ ପ୍ରକାର ଘଟଣାସବୁ ଶୁଣିବାକୁ ମିଳୁଛି । ନିକଟରେ ବ୍ରିଟେନରେ ଜଣେ ମହିଳାଙ୍କ ମାତୃତ୍ୱ ଧାରଣର ଏ ଭିନ୍ନ ତରିକା ବିଷୟରେ ଶୁଣିଲେ ଯେ କେହି ମୁଣ୍ଡରେ ହାତ ଦେବା ଥୟ । ବର୍ତ୍ତମାନ ମହିଳାଜଣଙ୍କ ଗର୍ଭବତୀ ଥିବା ବେଳେ ଏଥିପାଇଁ ସେ ସବୁ ସୀମା ପାର କରିଦେଇଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ନିଜ ମନ ପସନ୍ଦର ସନ୍ତାନଙ୍କୁ ଜନ୍ମ ଦେବା ପାଇଁ ମହିଳା ‘ପିନ୍ ଦ ସ୍ପର୍ମ ଅନ୍ ଦି ୟୁଟେରସ୍’ ନାମ ଏକ ସ୍ପର୍ମ ପାର୍ଟିର ଆୟୋଜନ କରିଥିଲେ । ୩୩ ବର୍ଷୀୟା ଏହି ସିଙ୍ଗଲ ମହିଳାଙ୍କ ନାମ ହେଉଛି ଲୋଲା ଜିମେନେଜ୍ । ଲୋଲା ଏହି ପାର୍ଟିର ଆୟୋଜନ କରିବା ପଛର ଉଦ୍ଦେଶ୍ୟ ଥିଲା ଯେ, ସେ ନିଜର ସାଙ୍ଗସାଥୀ ଓ ପରିବାରର ସହଯୋଗରେ ଜଣେ ଭଲ ସ୍ପର୍ମ ଡୋନରଙ୍କୁ ବାଛି ପାରିବେ । ତେବେ ଡାକ୍ତର ଲୋଲାଙ୍କୁ ଏହି କାର୍ଯ୍ୟ କରିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ ହେଁ ସେ ଏହାକୁ ମାନି ନଥିଲେ । ଆଇନ ପାଠ ପଢ଼ିଥିବା ଲୋଲା ଗୋରା ଚେହେରା ସହ ନୀଳ ଆଖି ଥିବା ପୁରୁଷଙ୍କୁ ପସନ୍ଦ କରୁଥିବା ନେଇ ନିଜର ପରିଜନଙ୍କୁ କହିଥିଲେ । ପୂର୍ବରୁ ଲୋଲା ଏକ ରିଲେସନସିପରେ ରହିଥିଲେ ହେଁ ତାହା ଗତ ୨୦୧୯ ମସିହା ଅକ୍ଟୋବର ମାସରେ ଭାଙ୍ଗି ଯାଇଥିଲା । ଏହାପରେ ସେ ସିଙ୍ଗଲ ଲାଇଫ୍ ବିତାଇବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୦ ମସିହା ଅଗଷ୍ଟ ମାସରେ ଲୋଲା ଜଣେ ଡୋନରଙ୍କୁ ଚୟନ କରିବା ପରେ ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବା ପାଇଁ ଅତ୍ୟନ୍ତ ଉତ୍ସାହୀ ରହିଥିଲେ । ତେବେ ଆସନ୍ତା ସେପ୍ଟେମ୍ବର ମାସରେ ଲୋଲା ପ୍ରଥମ ଥର ପାଇଁ ମାଆ ହେବାର ସୌଭାଗ୍ୟ ଲାଭ କରିବେ ବୋଲି ଜଣାପଡ଼ିଛି ।

ଲୋଲା କହିଥିଲେ ଯେ, ଯେତେବେଳେ ସେ ଛୋଟ ଥିଲେ, ସେ ସମୟରୁ ବିବାହ କରି ଏକ ପରିବାର ସୃଷ୍ଟି କରିବା ତାଙ୍କ ଜୀବନର ଲକ୍ଷ୍ୟ ରହିଥିଲା । ମାତ୍ର ତାଙ୍କର ସେ ଇଚ୍ଛା ପୂରଣ ହୋଇପାରି ନଥିଲା । ରିଲେସନସିପ୍ ବ୍ରେକଅପ୍ ହେବା ପରେ ମଧ୍ୟ ସେ ମାଆ ହୋଇପାରିବେ ବୋଲି ଲୋଲାଙ୍କ ହୃଦୟଙ୍ଗମ ହୋଇଥିଲା । ସେ ଚାହିଁଲେ ଗୋଟିଏ ବର୍ଷ ମଧ୍ୟରେ ମାଆ ହୋଇପାରିବେ, ତେଣୁ ଏହି ପାର୍ଟିର ଆୟୋଜନ କରିଥିଲେ । ପୁଣି ଜଣେ ପାର୍ଟନର ଖୋଜିବା ସମୟ ବର୍ବାଦୀ ବୋଲି ଲୋଲାଙ୍କୁ ଲାଗିଥିଲା । ସ୍ପର୍ମ ପାର୍ଟିରେ ସେ ତାଙ୍କର ଜୀବନର ସମସ୍ତ ମହତ୍ତ୍ୱପୂର୍ଣ୍ଣ ମହିଳାଙ୍କୁ ସାମିଲ କରିଥିଲେ । ତେବେ ସନ୍ତାନଟି ଦେଖିବାକୁ ଯଦି ଠିକ୍ ତାଙ୍କ ପରି ହୋଇଥିବ, ତେବେ ସେ ସେ ଅତ୍ୟନ୍ତ ଖୁସି ହେବେ ବୋଲି ଲୋଲା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.