fbpx

ରାଷ୍ଟ୍ରପତିଙ୍କ ପାଇଁ ଅଟକିଲା ଟ୍ରାଫିକ୍‌ : ମଝି ରାସ୍ତାରେ ଫସିଗଲା ଆମ୍ବୁଲାନ୍ସ, ହସ୍ପିଟାଲରେ ପହଞ୍ଚି ନ ପାରି ଚାଲିଗଲା ମହିଳାଙ୍କ ଜୀବନ

ଲକ୍ଷ୍ନୌ (ଓଡ଼ିଶ ଭାସ୍କର) : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଜନ୍ମସ୍ଥାନ ଉତ୍ତରପ୍ରଦେଶକୁ ଗସ୍ତ କରିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ ଉତ୍ତର ପ୍ରଦେଶରେ ଟ୍ରାଫିକ କଟକଣା ଲାଗୁ କରାଯାଇଥିଲା । ଏହି ସମୟରେ ଜଣେ ମହିଳା ହସ୍ପିଟାଲ୍‌ ଯାଉଥିଲେ ହେଁ ରାଷ୍ଟ୍ରପତିଙ୍କ ଆଗମନ ଯୋଗୁ ଟ୍ରାଫିକ କଟକଣାର ସମ୍ମୁଖୀନ ହୋଇଥିଲେ । ପରିବାର ଲୋକ ତାଙ୍କୁ କଟକଣା କୋହଳ ହେବା ପରେ ହସ୍ପିଟାଲରେ ଧରି ପହଞ୍ଚିଲା ବେଳକୁ ତାଙ୍କ ଜୀବନ ଚାଲି ଯାଇଥିଲା । ଘଟଣା ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶ ପୋଲିସ ମହିଳାଙ୍କ ପରିବାରବର୍ଗଙ୍କୁ କ୍ଷମା ମାଗିଛି । ରାଷ୍ଟ୍ରପତି କୋବିନ୍ଦ ମଧ୍ୟ ଘଟଣା ସମ୍ପର୍କରେ ଜାଣିବା ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.