ରାଇରଙ୍ଗପୁର : ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଶିକ୍ଷାର୍ଥୀଙ୍କୁ ଅନେକ ପରାମର୍ଶ ଦେଲେ ରାଷ୍ଟ୍ରପତି । କେବଳ ପାଠ ପଢ଼ି ଚାକିରି କରିବା ଉଦ୍ଦେଶ୍ୟ ଉଚିତ୍ ନୁହେଁ । ନିଜେ ସକ୍ଷମ ହେବା ସହ ଦେଶକୁ ଆଗକୁ ବଢ଼ାଇବା ପାଇଁ ସଭିଏଁ ସଙ୍କଳ୍ପ ନେବା ଦରକାର । ବର୍ତ୍ତମାନ ବିଜ୍ଞାନର ଯୁଗ, ମହିଳା ଚନ୍ଦ୍ରପୃଷ୍ଠରେ ପହଞ୍ଚିଲେଣି । ଏହି ମହାବିଦ୍ୟାଳୟ ଆଗକୁ ବଢ଼ିବା ସହ ଅଞ୍ଚଳ ବି ଆଗକୁ ବଢ଼ିବ । ଯେଉଁ ପରିବାରରେ ମହିଳା ଶିକ୍ଷିତ ସେ ପରିବାର ସେତେ ଆଗରେ । ମହିଳାଙ୍କ ବିକାଶରେ ହିଁ ଦେଶର ବିକାଶ ହୁଏ ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।