ବିଶ୍ୱ ରେକର୍ଡ କଲା ଏହି କୁକୁର, ଏହି ବୟସରେ ବି ଏମିତି କାମକୁ କରୁଛି ପସନ୍ଦ

କୁକୁର ପାଳିବାକୁ କିଏ ବା ଭଲ ନପାଏ । ଆମେ ଘରେ ପାଳୁଥିବା କୁକୁର କୌଣସି ସଦସ୍ୟଙ୍କଠାରୁ କିଛି କମ୍ ନୁହନ୍ତି । ସେମାନେ ପରିବାରର ଏକ ସଦସ୍ୟଙ୍କ ପରି ରହିଥାନ୍ତି । ତେବେ ସେମାନଙ୍କର ଜୀବନକାଳ କମ୍ ହୋଇଥିବାରୁ ସେମାନେ ଆମ ସହିତ ବହୁତ୍ କମ୍ ଦିନ ରହିଥାନ୍ତି । କାରଣ ସେମାନଙ୍କ ଆୟୁସ ପ୍ରାୟ ୧୦ରୁ ୧୫ ବର୍ଷ ହୋଇଥାଏ । କିଛି କିଛି ପ୍ରାୟ ୧୮ ବର୍ଷ ଯାଏଁ ବଞ୍ଚି ରହିଥାନ୍ତି । କିନ୍ତୁ ଆମେ ଆଜି ଏପରି ଏକ କୁକୁର ବିଷୟରେ ଆଲୋଚନା କରୁଛନ୍ତି, ଯିଏ ୨୧ ବର୍ଷ ଜୀବନ ଉପଭୋଗ କରି ସାରିଲାଣି । କାରଣ ସେ ହେଉଛୁି ଦୁନିଆର ସବୁଠୁ ବୟସ୍କ କୁକୁର ।

୨୧ ବର୍ଷୀୟ “ଟବିକୀଥ’କୁ ଦୁନିଆର ସବୁଠୁ ବୟସ୍କ କୁକୁରର ଭାବରେ ଗିନିଜ ୱାର୍ଲ୍ଡ ରେକର୍ଡ ମାନ୍ୟତା ମିଳିଛି । ଟବିକୀଥ ମାଲିକାଣୀ କୁହନ୍ତି ଯେ ସେ ତାଙ୍କ ସହିତ ସେବେଠୁ ଅଛି, ଯେବେ ସେ ଏକ ଛୋଟ ପପି ଥିଲା । ଗିନିଜ ୱାର୍ଲ୍ଡ ରେକର୍ଡର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟବିକୀଥ ସହିତ ତାର ମାଲିକାଣି ସହିତ ଏକ ସୁନ୍ଦର ଭିଡିଓ ପୋଷ୍ଟ କରିଛି । ତେବେ ଟବିକୀଥକୁ ବର୍ତ୍ତମାନ ବାର୍ଦ୍ଧକ୍ୟ ଅବସ୍ଥାରେ ବହୁତ୍ ନିଦ ଆସୁଛି ।

ତେବେ ଏତେ ବର୍ଷ ଧରି କୁକୁରକୁ ସୁସ୍ଥ ରଖିବା ପାଇଁ ସଠିକ୍ ଡାଏଟ ଫଲୋ କରିବା ଜରୁରି । ତାଙ୍କୁ ସନ୍ତୁଳିତ ଖାଇବାକୁ ଦିଆଯାଇଥାଏ । ଏହି କୁକୁରଟିର ଦୁଇ ଭଉଣୀ ମଧ୍ୟ ରହିଛନ୍ତି । ଜଣଙ୍କର ବୟସ ୭ ବର୍ଷ ଏବଂ ଅନ୍ୟ ଜଣଙ୍କର ବୟସ ୩ ବର୍ଷ ବୋଲି ସୂଚନା ମିଳିଛି । ଟବିକୀଥକୁ ଖରାରେ ଅଧିକ ସମୟ ଶୋଇ ରହିବା ପସନ୍ଦ । ପୁର୍ବରୁ ସେ ବୁହୁତ୍ ବୁଲୁଥିଲା ଏବଂ ନିଜ ଭଉଣୀଙ୍କ ସହିତ ଖେଳୁଥିଲା । କିନ୍ତୁ ବୟସ ବଢିବା ସହିତ ସେ ଏବେ ଥକି ଯାଉଥିବାରୁ ଅଧିକ ସମୟ ଶୋଇ ରହିବାକୁ ପସନ୍ଦ କରୁଛି । ଟବିକୀଥର ଜନ୍ମ ୨୦୦୧ ମସିହା ୯ ଜାନୁଆରୀରେ ହୋଇଥିଲା । ଏବେ ବର୍ତ୍ତମାନ ସେ ୨୧ ବର୍ଷ ୨ ମାସର ଅଟେ ।