fbpx

ଭାରତରେ କେଉଁଠି ରହିଛି ଯମରାଜ ମନ୍ଦିର ଯେଉଁଠିକୁ ମୃତ୍ୟୁ ପରେ ଆସିଥିବା ଆତ୍ମାର ବିଚାର ଚାଲେ

Advertisement

ଭାରତରେ ବିଭିନ୍ନ ପ୍ରକାର ମନ୍ଦିର ରହିଛି । ସେଥିମଧ୍ୟରୁ ବହୁ ମନ୍ଦିର ଏପରି ରହସ୍ୟମୟ ଯାହା ଦେଖିବା ଲାଗି ଲୋକଙ୍କ ଭିଡ ଲାଗି ରହିଥାଏ । କିନ୍ତୁ ଆମେ ଏଠି ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠିକୁ କେହି ବି ଯିବାକୁ ଚାହାନ୍ତି ନାହିଁ । ଏହି ମନ୍ଦିର ମୃତ୍ୟୁ ଦେବତା ଯମରାଜଙ୍କ ମନ୍ଦିର । ଲୋକମାନେ ମନ୍ଦିର ମଧ୍ୟକୁ ତ ଦୂରେ ଥାଉ ମନ୍ଦିର ପାଖ ଦେଇ ମଧ୍ୟ ଯିବାକୁ ଭୟ କରିଥାନ୍ତି । ଯମରାଜଙ୍କ ଏହି ମନ୍ଦିର ପଛରେ ବହୁ ରହସ୍ୟ ରହିଛି । ଲୋକକଥା ରହିଛି ଯେ, ମୃତ୍ୟୁ ପରେ ସର୍ବପ୍ରଥମେ ଆତ୍ମା ଏହି ମନ୍ଦିରକୁ ଆସିଥାଏ ।

ଯମରାଜଙ୍କ ଏହି ପ୍ରାଚୀନ ମନ୍ଦିର ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲା ଭରମୋର ନାମକ ସ୍ଥାନରେ ରହିଛି । ଏହି ମନ୍ଦିର ଏକ ଘର ପରି ଦେଖାଯାଇଥାଏ । ଏଠାରେ ଏକ ଖାଲି କୋଠରୀ ବି ରହିଛି । ମାନ୍ୟତା ରହିଛି ଏହି କୋଠରୀରେ ହିଁ ଯମରାଜ ବିରାଜମାନ କରନ୍ତି । ଯମରାଜଙ୍କ କୋଠରୀ ନିକଟରେ ଆଉ ଏକ କୋଠରୀ ରହିଛି ଯେଉଁଠି ଚିତ୍ରଗୁପ୍ତ ରୁହନ୍ତି ।

ଲୋକ ମାନ୍ୟତା ଅନୁଯାୟୀ ବ୍ୟକ୍ତି ର ମୃତ୍ୟୁ ପରେ ଯମରାଜଙ୍କ ଦୂତ ତାଙ୍କୁ ସର୍ବ ପ୍ରଥମେ ଏହି ଯାଗାକୁ ଆଣି ଆସିଥାନ୍ତି । ଏହାପରେ ଚିତ୍ରଗୁପ୍ତ ସେହି ବ୍ୟକ୍ତିର ପୁରା କର୍ମର ବିବରଣୀ ଯମଙ୍କ ଆଗରେ ଶୁଣାଇଥାଏ । କେଉଁ ବ୍ୟକ୍ତିକୁ ସ୍ୱର୍ଗ ମିଳିବ ଓ ଆଉ କାହାକୁ ନର୍କ ମିଳିବ ତାହାର ଫଇସଲା ଚିତ୍ରଗୁପ୍ତ କରିଥାନ୍ତି ଓ ଯମରାଜ ରାୟ ଶୁଣାଇଥାନ୍ତି । ଏଠାରେ ଯମରାଜଙ୍କ କୋଠରୀକୁ ହିଁ ଯମରାଜଙ୍କ କଚେରୀ କୁହାଯାଏ । ଗରୁଡ ପୁରାଣ ଅନୁସାରେ ଯମରାଜଙ୍କ ଦରବାରରେ ଚାରି ଦିଗରେ ଚାରି ଦ୍ୱାର ରହିଛି । ସେହିପରି ଏହି ମନ୍ଦିରକୁ ନେଇ ମଧ୍ୟ ମାନ୍ୟତା ରହିଛି ଯେ ଏଠାରେ ୪ ଅଦୃଶ୍ୟ ଦ୍ୱାର ରହିଛି ଯାହା ସ୍ୱର୍ଣ୍ଣ , ରୌପ୍ୟ, ତମ୍ବା ଓ ଲୁହାରେ ନିର୍ମିତ । ଯମରାଜଙ୍କ ଫଇସଲା ପରେ ଯମଦୂତ ଆତ୍ମାକୁ କର୍ମ ଅନୁସାରେ ଏହି ଦ୍ୱାର ମାଧ୍ୟମରେ ସ୍ୱର୍ଗ ଓ ନର୍କକୁ ନେଇଯାଇଥାନ୍ତି ।

 

Get real time updates directly on you device, subscribe now.