fbpx

୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୨୬ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସାଙ୍ଗକୁ ତାତି ଦିନକୁ ଦିନ ବଢ଼ିବାରେ ଲାଗିଛି । ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ କୁହାଯାଇଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶିଶୁ, ବୟସ୍କ ଓ ରୋଗୀମାନେ ଘରେ ରହିବାକୁ କୁହାଯାଇଛି । ଝାଞ୍ଜି ପ୍ରବାହକୁ ଆଶଙ୍କା କରି କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ସାମୁଦ୍ରକ ବାୟୁ ପ୍ରବାହର ଆଶଙ୍କା ନାହିଁ । ଆସନ୍ତାକାଲିଠାରୁ ଉପକୂଳ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରୀ ତଳକୁ ହ୍ରାସ ପାଇବ ଓ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବ । ଆଗାମୀ ୩୦ରେ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ମେ ୨ରୁ ୫ ମଧ୍ୟରେ କାଳବୈଶାଖୀ ହୋଇପାରେ ବୋଲି ଅନୁମାନ କରାଯାଉଥିବା ବେଳେ ୩ ଓ ୪ରେ କିଛି ଅଞ୍ଚଳରେ ବର୍ଷା ହୋଇପାରେ  ବୋଲି କୁହାଯାଇଛି ।

Get real time updates directly on you device, subscribe now.