ନୂଆଦିଲ୍ଲୀ: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରେ ଖାତା ଖୋଲିବେ, ତେବେ ଆପଣ ୨୩ ଲକ୍ଷ ଟଙ୍କାର ଫାଇଦା ପାଇବେ । ଯଦି ଆପଣ ଚାକିରି କରୁଛନ୍ତି, ତେବେ ତୁରନ୍ତ ପିଏନବିରେ ଖାତା ଖୋଲି ଦିଅନ୍ତୁ । ଏହି ଆକାଉଣ୍ଟର ନାମ ହେଉଛି ‘ପିଏନବି ମାଇଁ ସାଲାରୀ ଆକାଉଣ୍ଟ’ । ଏଥିରେ ପିନବି ଗ୍ରାହକଙ୍କୁ ଅନେକ ପ୍ରକାର ସୁବିଧା ପ୍ରଦାନ କରାଯାଇଥାଏ ।
ପିଏନବି ନିଜର ସାଲାରୀ ଆକାଉଣ୍ଟ ହୋଲ୍ଡର୍ସଙ୍କୁ ଇନସ୍ୟୁରାନ୍ସ କଭର ସମେତ ବିଭିନ୍ନ ପ୍ରକାର ବେନିଫିଟ୍ ଦିଆଯାଉଛି । ଏହି ବ୍ୟାଙ୍କରେ ଆକାଉଣ୍ଟ ଖୋଲିଲେ ଆପଣଙ୍କୁ ୩ ଲକ୍ଷ ଟଙ୍କାର ଓଭରଡ୍ରାଫ୍ଟ ସୁବିଧା ସହ ୨୦ ଲକ୍ଷ ପର୍ଯ୍ୟନ୍ତ ମାଗଣା ପର୍ସନାଲ ଆକ୍ସିଡେଣ୍ଟ କଭରର ସୁବିଧା ଦିଆଯାଉଛି । ମୋଟ ଉପରେ ଆପଣ ୨୩ ଲକ୍ଷ ଟଙ୍କାର ବେନିଫିଟ୍ ପାଇପାରିବେ । ଏହି ଖାତାରେ ୧୦ ହଜାରରୁ ଆରମ୍ଭ କରି ୨୫ ହଜାର ମାସିକ ଦରମା ପାଉଥିବା ବ୍ୟକ୍ତିଙ୍କୁ ସିଲ୍ଭର କ୍ୟାଟେଗୋରି, ୨୫,୦୦୧ରୁ ୭୫,୦୦୦ ପର୍ଯ୍ୟନ୍ତ ଗୋଲ୍ଡ କ୍ୟାଟେଗୋରି, ୭୫,୦୦୧ରୁ ୧୫,୦୦୦୦ ପର୍ଯ୍ୟନ୍ତ ପ୍ରିମିୟମ କ୍ୟାଟେଗୋରୀ, ୧୫,୦୦୧ରୁ ଅଧିକ ଦରମାଧାରୀଙ୍କୁ ପ୍ଲାଟିନମ କ୍ୟାଟେଗୋରିରେ ରଖାଯାଇଛି ।