fbpx

ନଡିଆ ବଦଳାଇ ପେରେ ଆପଣଙ୍କ ଭାଗ୍ୟ:ଆପଣାନ୍ତୁ ଏହି ଚମତ୍କାରୀ ଉପାୟ

ହିନ୍ଦୁ ପରମ୍ପରା ଓ ସନାତନ ଧର୍ମ ଅନୁସାରେ ଏପରି କିଛି ଜିନିଷ ରହିଛି ଯାହାକୁ ଆମେ ବହୁତ ଶୁଭ ବୋଲି ମାନିଥାଉ । ଏଥି ସହିତ ସେହି ଜିନିଷକୁ ବିଭିନ୍ନ ପ୍ରକାରର ଶୁଭ କାର୍ଯ୍ୟରେ ମଧ୍ୟ ବ୍ୟବହାର କରିଥାଉ । ତେବେ ସେହି ଶୁଭ ଜିନିଷ ମଧ୍ୟରୁ ଗୋଟିଏ ହେଉଛି ନଡିଅ।। ଯାହାକୁ ଶ୍ରୀଫଳ ବୋଲି ମଧ୍ୟ କୁହାଯାଇଥାଏ ।

ଶ୍ରୀଫଳର ଅର୍ଥ ହେଉଛି ସବୁ ଫଳ ମଧ୍ୟରେ ଶ୍ରେଷ୍ଠ । କୌଣସି ପୂଜା-ପାଠ, ଶୁଭ କର୍ମ,କିମ୍ବା ପର୍ବ ପର୍ବାଣୀ ନଡିଆ ବିନା ସମ୍ପୂର୍ଣ୍ଣ ହୋଇ ନଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ନଡିଆ କେତେକ ଗ୍ରହ ଦୋଷ ଏବଂ ଜୀବନରେ ଆସୁଥିବା ବଧାବିଘ୍ନ ପାଇଁ ବହୁତ ପ୍ରଭାବଶାଳୀ ହୋଇଥାଏ। ଏଥି ସହିତ ନଡିଆର ଏପରି କିଛି ଗୁଣ ଓ ଉପାୟ ଅଛି ଯାହା ଦ୍ୱାରା ଆପଣଙ୍କର ଅନେକ ସମସ୍ୟା ଦୂର ହେବା ସହ ଭାଗ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବ । ବର୍ତ୍ତମାନ ଆସନ୍ତୁ ଜାଣିବା ନଡିଆର ସେହି ଉପାୟ ବିଷୟରେ, ଯାହା ଆପଣଙ୍କ ସମସ୍ୟା ଦୂର କରିବା ସହ ଆପଣଙ୍କୁ ଭାଗ୍ୟଶାଳୀ କରାଇବ ।

ନଡିଆ ଦ୍ୱାରା ଦୂର ହୋଇଥାଏ ଏହି ସବୁ ସମସ୍ୟା:

ଚିନ୍ତା ଏବଂ ଅସୁବିଧାକୁ ଦୂର କରିବାର ଉପାୟ: ଜ୍ୟୋତିଶ ଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କ ଜୀବନରେ ବାମମ୍ବାର ସମସ୍ୟା ଲାଗି ରହୁଛି, ତେବେ ଆପଣ ଏକ ପାଣିଥିବା ନଡିଆ ଆପଣଙ୍କ ଉପରେ ୨୧ ଥର ବୁଲାଇ କୌଣସି ମନ୍ଦରର ଯଜ୍ଞ କୁଣ୍ଡରେ ପୋଡି ଦିଅନ୍ତୁ । ତେବେ ଏହି ଉପାୟ ୫ ସପ୍ତାହ ପର୍ଯ୍ୟନ୍ତ ମଙ୍ଗଳବାର ଏବଂ ଶନିବାରରେ କରନ୍ତୁ । ଯାହା ଦ୍ୱାରା ଆପଣଙ୍କ ଚିନ୍ତା ଏବଂ ଅସୁବିଧା ଦୂର ହେବାର ଆଶଙ୍କା ରହିଥାଏ ।

ଚାକିରୀ ଓ ବ୍ୟାପାରରେ ସଫଳତା ପାଇବାର ଉପାୟ: ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଆପଣ ଚାକିରୀ କିମ୍ବା ବେପାର ବାଣିଜ୍ୟରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ନିଜ ଘର ଆଗରେ ନଡିଆ ଗଛ ଲଗାନ୍ତୁ । ଏହା ଦ୍ୱାରା ଗୁରୁ ଗ୍ରହ ମଜବୁତ ହୋଇଥାନ୍ତି ଏବଂ ଆପଣଙ୍କୁ ଶୁଭ ଫଳ ଦେଇଥାନ୍ତି। ତେବେ ଘରେ ନଡିଆ ଗଛ ରହିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ ଏତି ସହିତ ଘରର ଦକ୍ଷୀଣ କିମ୍ବା ପଶ୍ଚିମ ଦିଗରେ ନଡିା ଗଛ ଲଗାନ୍ତୁ ।

ଅର୍ଥ ଅଭାବ ଦୂର କରିବାର ଉପାୟ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ଯଦି ଅର୍ଥର ଅଭାବ ଦେଖାଦେଉଛି ତେବେ ଗୁରୁବାର ଦିନ ଏକ ନାଲି ରଙ୍ଗର ବସ୍ତ୍ର ପରିଧାନ କରି ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ । ଏଥିସହିତ ମାଙ୍କୁ ଏକ ନଡିଆ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଘରେ ହେଉଥିବା ଅର୍ଥ ସମସ୍ୟା ଦୂର ହେବ ।

Get real time updates directly on you device, subscribe now.