fbpx

YouTubeରେ ଖୁବଶୀଘ୍ର ମିଳିବ Sleep ଫିଚର, ଆପେ ଆପେ ବନ୍ଦ ହୋଇଯିବ ଭିଡିଓ

ନୂଆଦିଲ୍ଲୀ: ୟୁଟ୍ୟୁବ ଦୁନିଆର ସବୁଠାରୁ ବଡ଼ ଭିଡିଓ ଷ୍ଟ୍ରୀମିଙ୍ଗ ପ୍ଲାଟଫର୍ମ । ପ୍ରତିଦିନ କୋଟି କୋଟି ଲୋକ ଏହାର ବ୍ୟବହାର କରୁଛନ୍ତି । ନିଜ ୟୁଜର୍ସଙ୍କ ପାଇଁ କମ୍ପାନୀ ସମୟ ସମୟରେ ଏଥିରେ ନୂଆ ନୂଆ ଫିଚର୍ସ ଏବଂ ଅପଡେଟ ଆଣିଥାଏ । ଯଦି ଆପଣ ବି ୟୁଟ୍ୟୁବର ବ୍ୟବାହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । କମ୍ପାନୀ ଖୁବ ଶୀଘ୍ର ଏକ ନୂଆ ଫିଚର ଆଣିବାକୁ ଯାଉଛି । ୟୁଟ୍ୟୁବ ଖୁବ ଶୀଘ୍ର ପ୍ଲାଟଫର୍ମରେ ସ୍ଲିପ ନାମକ ଫିଚର ଆଣିବାକୁ ଯାଉଛି ।

ୟୁଟ୍ୟୁବର ସ୍ଲିପ ଫିଚର୍ସ ଆସିବା ପରେ ଭିଡିଓ ବା ମ୍ୟୁଜିକକୁ ଅଟମେଟିକ ଭାବେ ବନ୍ଦ କରିପାରିବେ । ୟୁଟ୍ୟୁବର ଅପକମିଙ୍ଗ ଫିଚର ସେହି ଲୋକଙ୍କ ପାଇଁ ଅଧିକ ଲାଭାଦୟକ ରହିବ ଯେଉଁମାନେ ଭିଡିଓ ପ୍ଲେ କରି ଶୋଇପଡୁଛନ୍ତି ଏବଂ ଏଥିରେ ଡାଟା ଅଧିକ ଖର୍ଚ୍ଚ ହେଉଛି । ଆସନ୍ତୁ ଜାଣିବା ଏହି ବିଷୟରେ..

ଆଣ୍ଡ୍ରଏଡରେ ସ୍ଲିପ ଫିଚର ଆସିବା ପରେ ଭିଡିଓ ଏବଂ ମ୍ୟୁଜିକକୁ ବନ୍ଦ କରିବା ପାଇଁ ଆପଣ ଟାଇମର ସେଟ କରିପାରିବେ । ଟାଇମର ସେଟ କରିବା ପରେ ଆପଣଙ୍କୁ ଭିଡିଓ ବନ୍ଦ କରିବାର ଟେନସନ ରହିବ ନାହିଁ । ପ୍ଲେଇଙ୍ଗ ଭିଡିଓ ଆପେ ଆପେ ସେଟ କରାଯାଇଥିବା ଟାଇମ ଅନୁସାରେ ବନ୍ଦ ହୋଇଯିବ । ରିପୋର୍ଟ ମୁତାବକ ଏହି ଫିଚର୍ସର ବର୍ତ୍ତମାନ ଟେଷ୍ଟିଙ୍ଗ ଚାଲିଛି । କେବେ ଲଞ୍ଚ ହେବ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଟାଇମର ସେଟ କରିବା ପରେ ଭିଡିଓ ବନ୍ଦ ହେବା ପୂର୍ବରୁ ଆପଣଙ୍କୁ ଏକ ନୋଟିଫିକେସନ ମଧ୍ୟ ଆସିବ । ଯଦି ଆପଣ ଭିଡିଓକୁ ବନ୍ଦ କରିବାକୁ ଚାହୁଁନାହାନ୍ତି ତେବେ ଏହାକୁ ଆପଣ ରିସେଟ କରିପାରିବେ।

Get real time updates directly on you device, subscribe now.