Zomatoରେ ଖାଦ୍ୟ ଅର୍ଡର କରିବା ହେଲା ମହଙ୍ଗା, ବଢାଗଲା ପ୍ଲାଟଫର୍ମ ଚାର୍ଜ

ନୂଆଦିଲ୍ଲୀ: ଜୋମାଟୋ ଏକ ଫୁଡ ଡେଲିଭରୀ ଆପ ଅଟେ, ଯାହା ଭାରତର ପ୍ରତି କୋଣରେ ଲୋକଙ୍କୁ ପସନ୍ଦୀୟ ଖାଦ୍ୟକୁ ସେମାନଙ୍କ ନିକଟରେ ପହଞ୍ଚାଇଥାଏ। ଏହାର ଲୋକପ୍ରିୟତା ଲଗାତାର ବଢିବାରେ ଲାଗିଛି। ପ୍ଲାଟଫର୍ମ ଏକ ନୂଆ କାରଣ ପାଇଁ ଚର୍ଚ୍ଚାରେ ରହିଛି। ଜୋମାଟୋ ପାର୍ବଣ ଋତୁରେ ଫୁଡ ଡେଲିଭରୀରେ ପ୍ଲାଟଫର୍ମ ଫିସକୁ ବଢାଇଛି। ନୋଟିଫିକେସନରେ ସୂଚନା ମିଳିଛି ଯେ, ଏହି ଫିସ କମ୍ପାନୀର ବିଲ୍ସକୁ କଭର କରିବା ଏବଂ ଏହି ସମୟରେ ସର୍ଭିସକୁ ଜାରି ରଖିବାରେ ସାହାଯ୍ୟ କରିବ। ବର୍ତ୍ତମାନ ଏହି ପ୍ରଶ୍ନ ଉଠିଛି ଯେ, ଗ୍ରାହକଙ୍କୁ କେତେ ଟଙ୍କା ପେମେଣ୍ଟ କରିବାକୁ ପଡିବ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ଜୋମାଟୋ ପାର୍ବଣ ଋତୁରେ ନିଜ ପ୍ଲାଟଫର୍ମ ଫିସକୁ ୭ଟଙ୍କା ବଢାଇ ୧୦ ଟଙ୍କା କରିଦେଇଛି। ଏଥିପାଇଁ ପ୍ଲାଟଫର୍ମ ଏକ ନୋଟିଫିକେସନ ଜାରି କରିଛି। ଏଥିରେ କୁହାଯାଇଛି ଯେ, ଏହି ଟଙ୍କାର ବ୍ୟବହାର କମ୍ପାନୀର ବିଲ ଏବଂ ବ୍ୟସ୍ତ ସମୟରେ ସର୍ଭିସକୁ ଚାଲୁ ରଖିବାରେ କରାଯାଇଥାଏ।

ସୂଚନା ମୁତାବକ, ଜୋମାଟୋ ୨୦୨୩ ଅଗଷ୍ଟରେ ଭଲ ମାର୍ଜିନ ପାଇଁ ପ୍ରଥମ ଥର ପ୍ଲାଟଫର୍ମ ଫିସର ଆରମ୍ଭ କରିଥିଲା, ଯାହା ୨ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ସମୟ ସହ କମ୍ପାନୀ ଏହି ବୃଦ୍ଧି ଆରମ୍ଭ କରିଥିଲା। ସେହିପରି ୩୧ ଡିସେମ୍ବରରେ ଏହି ଶୁଳ୍କକୁ କିଛି ସମୟ ପାଇଁ ୯ ଟଙ୍କା ବଢାଯାଇଛି।