ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିବା ଯୋଗୀ ଆଦିତ୍ୟନାଥ ଲୋକଙ୍କ ପାଇଁ ଅନେକ ନିଷ୍ପତ୍ତି ନେଉଛନ୍ତି । ଆଗାମୀ ୬ ମାସ ମଧ୍ୟରେ ରାଜ୍ୟରେ ୧୦ ହଜାର ପାରାମେଡିକାଲ କର୍ମଚାରୀ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ ଚିକିତ୍ସା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ଯୋଜନାଗୁଡ଼ିକର ଯାଞ୍ଚ କରିଥିଲେ । ଏହା ପରେ ସେ କହିଥିଲେ, ‘ପାରାମେଡିକାଲ୍ କର୍ମଚାରୀମାନେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ମେରୁଦଣ୍ଡ ଅଟନ୍ତି । କୋଭିଡ ମହାମାରୀରେ ପାରାମେଡିକାଲ୍ କର୍ମଚାରୀଙ୍କ ଗୁରୁତ୍ୱକୁ ଆମେ ସମସ୍ତେ ଅତି ନିକଟରୁ ଦେଖିଛୁ । ତେଣୁ ଚିକିତ୍ସା ସୁବିଧାକୁ ମଜବୁତ କରିବା ପାଇଁ ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟରେ ୧୦,୦୦୦ ପାରାମେଡିକାଲ୍ କର୍ମଚାରୀ ନିଯୁକ୍ତ କରିବାକୁ ପଦକ୍ଷେପ ନିଆଯିବା ଉଚିତ୍ ।’
ଏ
ହା ସହ ୟୁପିରେ ଚିକିତ୍ସା ସେବାର ସୁଗମ କାର୍ଯ୍ୟ ପାଇଁ ଡାକ୍ତର ଏବଂ ନର୍ସମାନଙ୍କର ପର୍ଯ୍ୟାପ୍ତ ନିୟୋଜନ ନିଶ୍ଚିତ କରିବାକୁ ସିଏମ୍ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ୟୁପିରେ ଡାକ୍ତର-ନର୍ସଙ୍କ ଅନୁପାତ ୧:୧ ହେବା ଉଚିତ୍ । ଏଥିପାଇଁ ଆବଶ୍ୟକତା ଅନୁଯାୟୀ ପୋଷ୍ଟ ସୃଷ୍ଟି କରି ଯୋଗ୍ୟ ବୃତ୍ତିଗତମାନଙ୍କୁ ଚୟନ କରାଯିବା ଉଚିତ୍ । ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଉପଲବ୍ଧତା ନିଶ୍ଚିତ କରାଯିବା ଉଚିତ ବୋଲି ସେ କହିଛନ୍ତି ।