୧୦୦୦ ସମର୍ଥକ ଏବେ ଜେଲରେ, କବର ନେଲେଣି ୪୦ରୁ ଅଧିକ, ପାକିସ୍ତାନରେ ରାଲି ନେଲାଣି ହିଂସାର ରୂପ

ଇସଲାମାବାଦ୍: ପାକିସ୍ତାନରେ ରାଜଧାନୀ ଇସଲାମାବଦରେ ପାକିସ୍ତାନ ତେହରିକ୍ ଇ ଇସଲାମ (ପିଟିଆଇ) ସମର୍ଥକଙ୍କ ରାଲି ହିଂସାର ରୂପ ନେବାରେ ଲାଗିଛି । ମାତ୍ରାଧିକ ସମର୍ଥକ ଏବେ ରାସ୍ତାକୁ ଓହ୍ଲାଇଥିବାବେଳେ ସେନା ଓ ସମର୍ଥକଙ୍କ ଭିତରେ ମୁହାଁମୁହିଁ ସ୍ଥିତି ଲାଗି ରହିଛି । ବର୍ତ୍ତମାନ ସୁଦ୍ଧା ହଜାରେରୁ ଅଧିକ ସମର୍ଥକଙ୍କୁ ଜେଲରେ ଭର୍ତ୍ତି କରିସାରିଲାଣି ସେନା । ଇମ୍ରାନ୍ ଖାନଙ୍କୁ ଜେଲରୁ ମୁକୁଳାଇବା ଦାବିରେ ପିଟିଆଇ ସମର୍ଥକ ଇସଲାମାବାଦରେ ରାଲି ଆରମ୍ଭ କରିଛନ୍ତି । କିନ୍ତୁ ଏ ରାଜନୈତିକ ରାଲି ଏବେ ହିଂସାର ରୂପ ନେବାରେ ଲାଗିଛି । ସେନା ଗୁଳିରେ ୪୦ରୁ ଅଧିକ ସମର୍ଥକଙ୍କ ପ୍ରାଣ ହରାଇସାରିଲେଣି ।

ସମର୍ଥକଙ୍କୁ ରୋକିବା ପାଇଁ ଗୋଟିଏ ପଟେ ସେନା ଜଗି ବସିଛି ତ ଆଉ ଗୋଟିଏ ପଟେ ସେମାନଙ୍କ ଉପରକୁ ଲୁହ ବୁହା ଗ୍ୟାସ ଛଡ଼ାଯାଉଛି । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନିର୍ଦ୍ଦେଶକ୍ରମେ ଇସଲାମାବାଦରେ ଇଣ୍ଟରନେଟ୍ ସେବା ସାଙ୍ଗକୁ ସାଧାରଣରେ ଗହଳି କରିବା ପାଇଁ ବାରଣ କରାଯାଇଛି । ଏବଂ ୨୦୩ରେ ଇମ୍ରନଙ୍କ ଗିରଫ କରିଥିଲା ପାକିସ୍ତାନ ପୋଲିସ । ଲାଞ୍ଚ ହିସାବରେ ଜମି ନେବାଠାରୁ ଆରମ୍ଭ କରି ପ୍ରଦେଶ ଉପହାରକୁ ବିକ୍ରି କରିବା ପର୍ଯ୍ୟନ୍ତ ପାଖାପାଖି ୧୫୦ ମାମଲା ଇମ୍ରାନଙ୍କ ବିରୋଧରେ ରହିଛି । ଦେଶରେ ଜାରିଥିବା ପିଟିଆଇ ରାଲିର ମୁଖ୍ୟ ସାଜିଛନ୍ତି ଇମ୍ରାନଙ୍କ ସ୍ତ୍ରୀ ବୁଶରା ବିବି । ସେ ମଧ୍ୟ ଲାଞ୍ଚ ଅଭିଯୋଗରେ ଜେଲରେ ଥିଲେ । ଅକ୍ଟୋବରରେ ତାଙ୍କୁ ଜାମିନ ମିଳିବା ପରେ ସେ ଜେଲରୁ ବାହାରିଛନ୍ତି ।