୧୧୭ ବର୍ଷରେ ଦେହ ଛାଡିଲେ ବିଶ୍ୱର ସବୁଠୁ ବୟସ୍କା ମହିଳା, ଖାଇବାକୁ ଭଲ ପାଉଥିଲେ କଦଳୀ

ଆଉ ନାହାନ୍ତି ଜାପାନର ଗିନିଜ ରେକର୍ଡ ଧାରୀ ଇଟୁକା । ତାଙ୍କ ସ୍ଥାନ ନେଲେ ବ୍ରାଜିଲର ଲୁକାସ୍ । ଇଟୁକାଙ୍କଠାରୁ ମାତ୍ର ୧୬ ଦିନ ସାନ ।

ଜାପାନ: ବିଶ୍ୱର ସବୁଠୁ ବୟସ୍କା ମହିଳା ଭାବେ ଗିନିଜ ୱାର୍ଲ୍ଡ ରେକର୍ଡ କରିଥିବା ଜାପାନର ଟୋମିକୋ ଇଟୁକାଙ୍କ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୧୭ ବର୍ଷ ବୟସ ହୋଇଥିଲା । ଗତବର୍ଷ ଡିସେମ୍ବର ୨୯ରେ ତାଙ୍କ ମୃତ୍ୟୁ ହୋଇଥିବା ଏସିୟା ସିଟି ଅଫିସ ପକ୍ଷରୁ କୁହାଯାଇଛି ।

ହାୟୋଗୋରେ ଥିବା ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା । ୧୯୦୮ ମେ’ ୨୩ରେ ସେଣ୍ଟ୍ରାଲ ଜାପାନରେ ସେ ଜନ୍ମ ଗ୍ରହଣ କରିଥିଲେ ।

ଇଟୁକାଙ୍କୁ କଦଳୀ ଖାଇବା ପସନ୍ଦ । ଏହାଛଡ଼ା ଜାପାନରେ ମିଳୁଥିବା ମିଳୁଥିବା ସ୍ୱତନ୍ତ୍ର ପାନୀୟ କାଲପିସ୍ ପିଇବାକୁ ସେ ଭଲ ପାଆନ୍ତି ।

ଇଟୁକାଙ୍କ ପରେ ତାଙ୍କ ସ୍ଥାନ ନେଇଛନ୍ତି ବ୍ରାଜିଲର ନନ୍ ଇନାହ କାନାବାରୋ ଲୁକାସ୍ । ଇଟୁକାଙ୍କ ଜନ୍ମର ୧୬ ଦିନ ପରେ ଲୁକାସ ଜନ୍ମ ହୋଇଛନ୍ତି ।

ଇଟୁକାଜଣେ ଭଲି ବଲ୍ ପ୍ଲେୟର । ମାତ୍ର ୨୦ ବର୍ଷ ବୟସରେ ବିବାହ କରିଥିଲେ । ଗିନିଜ ରେକର୍ଡ ଅନୁସାରେ ତାଙ୍କର ୨ ଝିଅ ଓ ୨ ପୁଅ । ସ୍ୱାମୀଙ୍କ ମୃତ୍ୟୁ ପରେ ନାରାରେ ସେ ଏକା ରହୁଥିଲେ । ପୁଅ ଓ ଝିଅ ଇଟୁକାଙ୍କ ସମସ୍ତ ଖର୍ଚ୍ଚ ବହନ କରନ୍ତି । ପୁଅ ଝିଅ ଏବଂ ୫ ନାତି ନାତୁଣୀଙ୍କ ସହ ସେ ରହୁଥିଲେ ।