fbpx

୧୨ ଟ୍ରେନ୍‌ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୂର୍ବ ସୀମାନ୍ତ ରେଳପଥର ଅଲିୁର ଦୁଆର ରେଳମଣ୍ଡଳ ଅନ୍ତର୍ଗତ ବେଟଗାରା- ଖଲାଇଗ୍ରାମ ଓ ଜଲପାଈଗୁଡ଼ି ରୋଡ଼-ୱାଇ ଲେଗ୍‌ ସ୍ପେଶାଲ୍‌ କ୍ଲାସ୍‌ ଷ୍ଟେସନ୍‌ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଏବଂ ବେଟଗାରା, ଅଲ୍ଟାଗ୍ରାମ୍‌, ଧୁଗିରି, ଜଲପାଈଗୁଡ଼ି ରୋଡ୍‌, ୱାଇ ଲେଗ୍‌ ସ୍ପେଶାଲ୍‌ କ୍ଲାସ୍‌ ଷ୍ଟେସନ୍‌ ମାନଙ୍କ ଠାରେ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି କିଛି ଟ୍ରେନ୍‌କୁ ପରିବର୍ତିତ ମାର୍ଗରେ ଚଳାଚଳ କରାଇବା ପାଇଁ ନିଷ୍ପତି ନିଆଯାଇଛି ।

ସୂଚନା ଅନୁଯାୟୀ ୦୭୦୩୦ ସିକନ୍ଦରାବାଦ-ଅଗରତାଲା ସ୍ପେଶାଲ୍‌ ଟ୍ରେନ ସିକନ୍ଦରାବାଦରୁ ୨୮ ଜୁନ୍‌ ତାରିଖ ଦିନ , ୦୨୫୧୦ ଗୌହାଟୀ-ବାଙ୍ଗାଲୋର ବିଶେଷ ଟ୍ରେନ ଗୌହଟିରୁ ୨୭ ରୁ ୨୯ ଜୁନ୍‌ ମଧ୍ୟରେ ୦୨୫୧୪ ଗୌହାଟୀ-ସିକନ୍ଦରାବାଦ-ଗୌହାଟୀ ବିଶେଷ ଟ୍ରେନ ଗୌହାଟୀ ଠାରୁ ୧ ଜୁଲାଇ ତାରିଖ ଦିନ ଏବଂ ୦୨୫୫୨ କାମାକ୍ଷା-ଯଶୋବନ୍ତପୁର-କାମାକ୍ଷା ବିଶେଷ ଟ୍ରେନ କାମାକ୍ଷା ଠାରୁ ୩୦ ଜୁନ୍‌ ତାରିଖ ଦିନ ରାଣୀନଗର-ଜଲପାଈଗୁଡ଼ି-ୱାଇ ଲେଗ୍‌ ସ୍ପେଶାଲ୍‌ କ୍ଲାସ୍‌ ଷ୍ଟେସନ୍‌-ମଠଭଙ୍ଗ- ନ୍ୟୁ କୂଚବିହାର ମାର୍ଗଦେଇ ଚଳାଚଳ କରିବ ।

ସେହିପରି ୦୨୫୫୧ ଯଶୋବନ୍ତପୁର-କାମାକ୍ଷା- ଯଶୋବନ୍ତପୁର ବିଶେଷ ଟ୍ରେନ ଯଶୋବନ୍ତପୁର ଠାରୁ ୨୬ ଜୁନ୍‌ ତାରିଖ ଦିନ, ୦୫୯୨୯ ତାମ୍ବରମ- ନ୍ୟୁ ତିନ ସୁକିଆ ବିଶେଷ ଟ୍ରେନ ତାମ୍ବରମ ଠାରୁ ୨୮ ଜୁନ୍‌ ତାରିଖ ଦିନ, ୦୫୬୨୯ ତାମ୍ବରମସୀଲଘାଟ ବିସସ ଟ୍ରେନ ତାମ୍ବରମ ଠାରୁ ୨୮ ଜୁନ୍‌ ତାରିଖ ଦିନ , ୦୨୫୧୬ ସୀଲଚରକୋଏ ମ୍ବାଟୋର ବିଶେଷ ଟ୍ରେନ ସୀଲଚର ଠାରୁ ୨୯ ଜୁନ୍‌ତାରିଖ ଏବଂ ୦୬୧୮୬ ଗୌହାଟୀ- ତ୍ରିଭେନ୍ଦ୍ରମ ବିଶେଷ ଟ୍ରେନ ଗୌହଟିରୁ ୩୦ ଜୁନ୍‌ତାରିଖରେ ସିଲିଗୁଡ଼ି-ଅଲିପୁର ଦୁଆ-ର୍ସମୁକତାଲା ରୋଡ୍‌ ମାର୍ଗଦେଇ ଚଳାଚଳ କରିବ।

Get real time updates directly on you device, subscribe now.