ନୂଆଦିଲ୍ଲୀ: ଦୁନିଆରେ ଆଜିବି ଅନେକ ରହସ୍ୟ ଅଛି ଯାହା ସମାଧାନ ହୋଇନାହିଁ । ବୈଜ୍ଞାନିକମାନେ ଅନେକ ରହସ୍ୟରୁ ପରଦା ହଟାଇ ଥିବାବେଳେ, ଅନେକ ଅଜବ ରହସ୍ୟ ଘେରରେ । ଦୁନିଆରେ ଏପରି ଅନେକ ଅଜବ ସ୍ଥାନ ଅଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ପ୍ରଥମେ ସେ ସ୍ଥାନର ମାହାତ୍ମ୍ୟ ବିଷୟରେ ଜାଣିଲେ ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ଆଉ ମନରେ ପ୍ରଶ୍ନ ବି ଆସେ ଏମିତି କେମିତି ଆଉ ଆମେ ଆଜି ଆପଣଙ୍କୁ ସେମିତି ଗାଁ ବିଷୟରେ କହିବୁ । ଯେଉଁଠି ୧୨ ବର୍ଷ ହେବ କେହି ପୁଅ ଜନ୍ମ ନେଇ ନାହାନ୍ତି । ଜନ୍ମ ନେଉଛନ୍ତି ଖାଲି ଝିଅ । ବାସ୍ତବରେ ଏମିତି ହିଁ ଗାଁ ଅଛି ।
ପୋଲାଣ୍ଡର ମିଜେସ୍କ ଓଦ୍ରଜେନେସ୍କିରେ ଏହି ରାହସ୍ୟମୟୀ ଗାଁ ଅଛି । ଯେଉଁଠି ୧୨ ବର୍ଷ ହେବ ଜନ୍ମ ହେଉଛନ୍ତି ଖାଲି ଝିଅ । ପୁଅ ଆଦୌ ବି ଜନ୍ମ ହୋଇନାହାନ୍ତି । କଥାଟା ଅଜବ ଲାଗିାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ।ଗାଁର ଏହି ରହସ୍ୟ ବିଷୟରେ ଜାଣି ସାଧାରଣ ଲୋକତ ଦୂରର କଥା ବେଚଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏହି ଗାଁରେ ଏମିତି କାହିଁକି ଘଟୁଛି ତାହା ଜଣାପଡ଼ୁନି । ଚିନ୍ତାରେ ସମସ୍ତେ କିନ୍ତୁ ତାର ସମାଧାନ ବାହାରି ପାରୁନି । ୨୦୧୯ରେ ସେଠାକାର ମେୟର ଏକ ଆଶ୍ଚର୍ଯ୍ୟକର ଘୋଷଣା କରିଥିଲେ । ମେୟର କହିଥିଲେ ଯଦି ଗାଁରେ କାହାରି ପୁଅ ଜନ୍ମ ହୁଏ ତେବେ ସେହି ପରିବାରକୁ ପୁରସ୍କୃତ କରାଯିବ । ଯେତେବେଳେ ଏହି ଗାଁ ବିଷୟରେ ବୈଜ୍ଞାନିକମାନେ ଜାଣିବାକୁ ପାଇଲେ । ସେମାନେ ଏହି ରହସ୍ୟ ଜାଣିବା ପାଇଁ ଅନୁସନ୍ଧାନ କଲେ । କିନ୍ତୁ ବହୁତ ଗବେଷଣା କରିବା ପରେ ମଧ୍ୟ ସେ କୌଣସି ସଫଳତା ପାଇପାରିଲେ ନାହିଁ ।
ବୈଜ୍ଞାନିକମାନେ ଜାଣିାରିଲେନି ଯେ କାହିଁକି ଏହି ଗାଁରେ କୌଣସି ପୁଅ ଜନ୍ମ ହେଉନାହାନ୍ତି । ତେବେ କେବଳ ବୈଜ୍ଞାନିକ ନୁହନ୍ତି । ସାମ୍ବାଦିକମାନେ ଏହି ଗାଁ ଉପରେ ଖୁବ୍ ଗବେଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗାଁର ରହସ୍ୟ ଉପରୁ ପରଦା ଉଠିାରୁନି । ଏହି ଅନନ୍ୟ ଗାଁର ୩୦୦ ଲୋକେ ବସବାସ କରନ୍ତି । ଦିନେ ଏହି ଗାଁରେ ଅଗ୍ନିଶମ ବିଭାଗର ଯୁବ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ଆଞ୍ଚଳିକ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । ଗାଁର ସମସ୍ତ ଦଳ ବାଳିକା ଥିଲେ । ସେବେଠାରୁ ଏହି ଗାଁ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଅଞ୍ଚଳର ମେୟର ଖ୍ରୀଷ୍ଟିନା ଜିଡଜିଆ କୁହନ୍ତି, ଏହି ଗାଁ ଟିକେ ଅଜବ । ଗାଁରେ କେବଳ ଝିଅମାନେ କାହିଁକି ଜନ୍ମ ହୁଅନ୍ତି ସେ ବିଷୟରେ ବୈଜ୍ଞାନିକମାନେ ଜାଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏହି ରହସ୍ୟ ଉନ୍ମୋଚନ କରିାରିଲେ ନାହିଁ ।