୯ଟା ସୁଦ୍ଧା ୧୫% ମତଦାନ: ଯାଜପୁରରେ ଭୋଟ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଜାରି ରହିଛି । ସକାଳ ୯ଟା ସୁଦ୍ଧା ୧୫% ଭୋଟ୍ ହୋଇଥିବା ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।

ଏହାରି ମଧ୍ୟରେ ଯାଜପୁରରେ ଭୋଟ ବାକ୍ସ ଉଠାଇ ନେଇଛନ୍ତି ଦୁର୍ବୃତ୍ତ । ଫଳରେ ମତଦାନ ବନ୍ଦ ରହିଛି । ବିଞ୍ଝାରପୁର ବ୍ଲକ ବାଛଳ ପଞ୍ଚାୟତ ୪ ନମ୍ବର ବୁଥର ଭୋଟ୍ ବାକ୍ସ ଉଠାଇନେଇଥିବା ଜଣାପଡିଛି । ୪ ଜଣ ଦୁର୍ବୃତ୍ତ ଭୋଟ ବାକ୍ସ ଉଠାଇନେଇଥିବା ଅଭିଯୋଗ ହୋଇଛି । ଉତ୍ତେଜନା ଯୋଗୁଁ ବୁଥରେ ମତଦାନ ବନ୍ଦ ରହିଛି ।

ଏହା ସହ ବିଞ୍ଝାରପୁର ବ୍ଲକ ବାଛଳ ପଞ୍ଚାୟତର ୬ ନମ୍ବର ବୁଥରୁ ବି ଭୋଟ ବାକ୍ସ ଉଠାଇନେଇଛନ୍ତି ଦୁର୍ବୃତ୍ତ । ୬ ନମ୍ବର ବୁଥରୁ ଭୋଟ ବାକ୍ସ ଉଠାଇ ପୋଖରୀରେ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଉତ୍ତେଜନା ଯୋଗୁଁ ଉଭୟ ବୁଥରେ ମତଦାନ ବନ୍ଦ ରହିଛି ।