fbpx

ଲକ୍‌ଡାଉନ୍‌ 3.0: ଆଜିଠୁ ରାଜ୍ୟରେ ଲାଗୁ ହେଲା ତାଲାବନ୍ଦ, ଜୁନ୍ ୧୭ ତାରିଖ ସକାଳ ୫ଟା  ଯାଏଁ ବଳବତ୍ତର ରହିବ କଟକଣା

Advertisement

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଆଜିଠୁ ଓଡ଼ିଶାରେ ଲାଗୁ ହେବ ଲକ୍‌ଡାଉନ୍ ୩.୦। କରୋନା ସଂକ୍ରମଣକୁ ବ୍ରେକ୍ କରିବା ପାଇଁ ତାଲାବନ୍ଦ ଜୁନ୍ ୧୭ ତାରିଖ ସକାଳ ୫ଟା  ଯାଏଁ ବୃଦ୍ଧି କରିଛନ୍ତି। ଏନେଇ ରବିବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ। ଗତ ମେ ୫ ତାରିଖରୁ ଦୁଇଟି ପର୍ଯ୍ୟାୟରେ ଲକ୍‌ଡାଉନ୍‌ କରାଯିବା ସତ୍ତେ୍ୱ ରାଜ୍ୟରେ ଆଶାନୁଯାୟୀ ସଂକ୍ରମଣ ନକମିବାରୁ ରାଜ୍ୟ ସରକାର ପୁଣି ଥରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଥିଲେ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଲକଡାଉନ୍‌ ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଶେଷ ପଦକ୍ଷେପ ପାଇଁ ଅନେକ ସୁଫଳ ମିଳିଛି ଏବଂ ଯେଉଁ ହାରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲା ସେଥିରେ ହ୍ରାସ ଘଟିଛି । କରୋନା ସଂକ୍ରମଣ ସଂଖ୍ୟା କମୁଥିବାରୁ ଏହାକୁ ଆହୁରି ହ୍ରାସ କରିବାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଲକଡାଉନ ଅବଧିକୁ ଆଉ ୧୬ ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଜାରି ହୋଇଥିବା ଲକଡାଉନ ଅବଧି ଜୁନ ୧ ସକାଳ ୫ଟାରେ ସମାପ୍ତ ହେଉଥିବାରୁ ଏହି ବର୍ଦ୍ଧିତ ଲକଡାଉନ ଜୁନ୍‌ ୧ ତାରିଖରୁ ଲାଗୁ ହେବ । ତେବେ ପୂର୍ବଲକଡାଉନରେ ଜାରି ସମସ୍ତ କଟକଣା ବଳବତ୍ତର ରହୁଥିବାବେଳେ ୩ଟି ଜିଲ୍ଲା ପାଇଁ କଟକଣା ସାମାନ୍ୟ କୋହଳ କରାଯାଇଛି । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଉଦ୍ଦିଷ୍ଟ ଦୋକାନ ୨୭ଟି ଜିଲ୍ଲାରେ ପୂର୍ବରି ସକାଳ ୭ଟାରୁ ୧୧ଟା ଯାଏଁ ଖୋଲା ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଥିବାବେଳେ ନୂଆପଡା, ଗଜପତି ଓ ସୁନ୍ଦରଗଡରେ ୭ଟାରୁ ଦିନ ୧ଟା ଯାଏଁ ଦୋକାନ ଗୁଡ଼ିକ ଖୋଲା ରହିବ ।

ସେହିପରି ଗ୍ୟାରେଜ୍‌ ଓ ଗାଡି ମରାମତି ଦୋକାନ ଖୋଲା ରଖିବାକୁ ଅନୁମତି ମିଳିଛି । କମ୍ପ୍ୟୁଟର, ମୋବାଇଲ ମରାମତି, ଇଲେକ୍ଟ୍ରି, ଇଲେକ୍ଟ୍ରିକାଲ ମରାମତି ଦୋକାନ, ଏସି, କୁଲର, ୱାଟର ପ୍ୟୁରିଫାୟର ମରାମତି ଦୋକାନାଖୋଲା ରହିବ । ଏହିପରି ସିମେଣ୍ଟ, ରଡ୍‌, ଚିପ୍ସ ଆଦି ନିର୍ମାଣ ସାମଗ୍ରୀ ଦୋକାନ ମଧ୍ୟ ଖୋଲା ରହିବ। ଖାଦ୍ୟ ସାମଗ୍ରୀ ଓ ଖୁଚୁରା ବ୍ୟବସାୟ ତଥା ଗ୍ରସରୀ ପାଇଁ ଉଦ୍ଦିଷ୍ଟ ଓମ୍‌ଫେଡ଼, ଓପଲ୍‌ଫେଡ଼୍‌ , ରିଲାୟନ୍ସ ଫ୍ରେଶ୍‌ , ଚିଲିକା ଫ୍ରେଶ ଆଦି ଦୋକାନଗୁଡ଼ିକ କେବଳ ହୋମ୍ ଡେଲିଭରି ଦେଇପାରିବେ ବୋଲି ଅନୁମତି ମିଳିଛି । ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଖବର କାଗଜ ବିତରଣ ପାଇଁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.