fbpx

୩ ସହିଦ ଯବାନଙ୍କ ପରିବାରକୁ ୨୦ ଲକ୍ଷ ସହାୟତା: ମାଓବାଦୀଙ୍କ ସହ ଗୁଳିବିନିମୟରେ ହୋଇଥିଲେ ସହିଦ

ନୂଆପଡ଼ା: ମଙ୍ଗଳବାର ବୋଡେନ ଥାନା ପାଟଧରା ଜଙ୍ଗଲରେ ମାଓ ହମଲାରେ ସହିଦ ଯବାନଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି  ରାଜ୍ୟ ସରକାର । ପ୍ରତି ସହିଦଙ୍କ ପରିବାରକୁ ମିଳିବ ୨୦ ଲକ୍ଷ ଟଙ୍କାର ସହାୟତା ।

ସୂଚନାଯୋଗ୍ୟ, ଅପରାହ୍ନରେ ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବାବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଯବାବରେ ଯବାନ ମଧ୍ୟ ପାଲଟା ଉତ୍ତର ଆକ୍ରମଣ କରିଥିଲେ । ଆଉ ଏହି ଗୁଳିବିନିମୟରେ ୩ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ ।  ଏହି ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ୍ ଯବନାଙ୍କୁ ଚିହ୍ନଟ କରାଯାଇଛି । ସିଆରିପିଏଫ୍ ଅନୁଯାୟୀ, ଏହି ଯବାନମାନେ ହେଲେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଏଏସଆଇ) ଶିଶୁପାଲ ସିଂ, ଏଏସଆଇ ଶିବଲାଲ ଏବଂ କନଷ୍ଟେବଳ ଧର୍ମେନ୍ଦ୍ର କୁମାର ସିଂ ବୋଲି ଚିହ୍ନଟ କରାଯାଇଛି।

ପୂର୍ବରୁ ପାଟଧରା ଜଙ୍ଗଲ ଭିତରେ ହେଉଥିବା ସିଆରପିଏଫ୍ କ୍ୟାମ୍ପକୁ ବିରୋଧ କରୁଥିଲେ ମାଓବାଦୀ । ଯାହାକୁ ନେଇ ହିଂସା ପରାୟଣ ହୋଇ ଏପରି କାଣ୍ଡ ଘଟାଇଛନ୍ତି ମାଓବାଦୀ ।

Get real time updates directly on you device, subscribe now.