fbpx

ହସ୍ତମୈଥୁନ ବେଳେ ଚିରି ହେଇଗଲା ଫୁସଫୁସ: ଗୁରୁତର ଅବସ୍ଥାରେ ICUରେ ଭର୍ତ୍ତି ୨୦ ବର୍ଷୀୟ ଯୁବକ

ନୂଆଦିଲ୍ଲୀ: ହସ୍ତମୈଥୁନ ଦ୍ୱାରା ଶରୀରର ଅନେକ କ୍ଷତି ଘଟିଥାଏ । ତେବେ ଏମିତି ଏକ ଅଜବ ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ୨୦ ବର୍ଷୀୟ ଯୁବକ ଜଣଙ୍କ ହସ୍ତମୈଥୁନ ସମୟରେ ନିଜର ଫୁସଫୁସ ଚିରି ଦେଇଛନ୍ତି । ନିଜ ଖଟ ଉପରେ ଶୋଇ ହସ୍ତମୈଥୁନ କରୁଥିବା ବେଳେ ହଠାତ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ।

ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ସେଠାରେ ପରୀକ୍ଷା ସମୟରେ ତାଙ୍କର ଦୁଇ ଫୁସଫୁସର ଝିଲ୍ଲୀ ଚିରି ହୋଇ ଯାଇଥିବା ଜଣାପଡିଥିଲା । ନ୍ୟୁମୋମେଡିଆଷ୍ଟିନମ୍ ନାମକ ଏକ ରୋଗରେ ସେ ଆକ୍ରାନ୍ତ ବୋଲି ଜଣାପଡିଥିଲା । ଏହା ସହିତ ଛାତିରେ ଅତ୍ୟଧିକ ଚାପ ପଡିବା ଦ୍ୱାରା ଏହା ବାହାରିବାର ସମ୍ଭବନା ରହିଥାଏ । ହସ୍ତମୈଥୁନ ସମୟରେ ଅତ୍ୟଧିକମ ଉତ୍ତେଜିତ ହେବା କାରଣରୁ ଏହି ପରସ୍ଥିତି ଉପୁଜିଥିବା କୁହାଯାଇଛି ।

ଯୁବକଙ୍କର ପୂର୍ବରୁ ସାମାନ୍ୟ ଆସ୍ଥମା ରହିଥିଲା । ଆସ୍ଥମା କାରଣରୁ ଅବସ୍ଥା ଏତେଟା ସଙ୍କଟଜନକ ହେଲା ବୋଲି ଡାକ୍ତର କହିଛନ୍ତି । ଏହି ରୋଗ ହେଲେ ସାଧାରଣତଃ ବାନ୍ତି ହେବା ସହିତ ଦେହ ହାତ ମଧ୍ୟ ଦୁର୍ବଳ ଲାଗିଥାଏ । ଛାତି ଯନ୍ତ୍ରଣା କମ କରିବା ପାଇଁ ଆଇସିୟୁରେ ଆଣ୍ଟି ବାୟୋଟିକ୍ ସହିତ ଚିକିତ୍ସା ଚାଲିଥିବା ଜଣାପଡିଛି ।

Get real time updates directly on you device, subscribe now.