NTPC ପକ୍ଷରୁ ଜାରି ହେଲା ବିଜ୍ଞପ୍ତି: ୨୧୮ଟି ପଦରେ ଦିଆଯିବ ନିଯୁକ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ ଲିମିଟେଡ (ଏନଟିପିସି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଆଇଟିଆଇ ଟ୍ରେଡ ଆପ୍ରେଣ୍ଟାଇସରେ ଇଲେକ୍ଟ୍ରିସିଆନ, ଫିଟର, ଟର୍ଣ୍ଣର, ୱେଲ୍ଡର, ଇନଷ୍ଟ୍ରୁମେଣ୍ଟ ମେକାନିକ, ଏସି ଓ ଫ୍ରିଜ୍ ମେକାନିକ, ଡ୍ୟାଫ୍ଟସମ୍ୟାନ, କୋପା ଆଦି ବିଭିନ୍ନ ପଦବୀରେ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅନଲାଇନ୍ ଆବେଦନ ଓ ପେମେଣ୍ଟ ଫିସ୍ ଦେୟ ପ୍ରକ୍ରିୟା ଡିସେମ୍ବର ମାସ ୧୨ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ରେ ସମାପ୍ତ ହେବ । ପ୍ରାର୍ଥୀମାନେ ଦଶମ / ଦ୍ୱାଦଶ, ପ୍ରାସଙ୍ଗିକ ଟ୍ରେଡରେ ଆଇଟିଆଇ ପାସ୍ କରିଥିବା ଆବଶ୍ୟକ । ବିଭିନ୍ନ ପଦବୀ ପାଇଁ ପୋଷ୍ଟ ସଂଖ୍ୟା ଭିନ୍ନ ଭିନ୍ନ ରହିଛି ।

ଅନଲାଇନ୍ ଆବଦେନ ଲିଙ୍କ: https://www.apprenticeshipindia.gov.in/

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/12/Notification-NTPC-Trade-Apprentice-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ntpc.co.in/