fbpx

୨୨ ଯାଏଁ ପ୍ରବଳ ଶୀତ, ଜାଣନ୍ତୁ କେଉଁ ଜିଲ୍ଲାକୁ ଅରେଞ୍ଜ ଓ କେଉଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ?

ଭୁବନେଶ୍ୱର,୨୦ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଶୀତର ଆଶଙ୍କା ରହିଛି । ଏନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କତାମୂଳକ ପଦକ୍ଷେପ ନେବାକୁ ଏସଆରସି ଚିଠି ଲେଖିଛନ୍ତି । ଆଗାମୀ ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହି ୫ଟି ଜିଲ୍ଲା ହେଉଛି ଯଥା- ମୟୂରଭଞ୍ଜ, ସୁନ୍ଦରଗଡ, ବରଗଡ, ଝାରସୁଗୁଡା ଓ ଅନୁଗୁଳ ।

ସେହିପରି ୧୧ ଜିଲ୍ଲାରେ ଶୀତର ଲହରୀ ଆଶଙ୍କାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ୧୧ଟି ଜିଲ୍ଲା ହେଉଛି- କୋରାପୁଟ, କନ୍ଧମାଳ, ବାଲେଶ୍ୱର, କେନ୍ଦୁଝର, ବୌଦ୍ଧ, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା, ଢେଙ୍କାନାଳ, କଟକ ଓ ଦେବଗଡ । ଏହା ସହ ରାତିରେ ବାହାରେ ନବୁଲିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ତେବେ ଗତ ୨୪ ଘଣ୍ଟାରେ ୯ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଉପକୂଳ ଓଡିଶାରେ ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା କମିଛି ।

Get real time updates directly on you device, subscribe now.