fbpx

ସମୁଦ୍ର କୂଳରେ ଉଲଗ୍ନ ହୋଇ ପଡିଲେ ୨୫୦୦ ଯୁବକ-ଯୁବତୀ: କାରଣ ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ: ଏକ ସମୁଦ୍ର କୂଳରେ ଏକା ସାଙ୍ଗରେ ୨୫୦୦ ଲୋକ ବିନା କପଡାରେ ରହିବା ଘଟଣା କେବେ ଚିନ୍ତା କରିଛନ୍ତି କି? ହୁଏତ ଏ ଘଟଣା ବିଶ୍ୱାସ ଯୋଗ୍ୟ ହୋଇନପାରେ । ଆଜିକାଲିର ସମାଜରେ ଏତେ ଲୋକ ଏକାଠି ଉଲଗ୍ନ ହୋଇ ଖୋଲା ସ୍ଥାନରେ ଏକଜୁଟ ହେବା ସହଜରେ ଗ୍ରହଣ କରି ହେଉନାହିଁ । ତେବେ ଏହି ଘଟଣା ସତ ବୋଲି କେସ ଷ୍ଟଡିରୁ ଜାଣିବାକୁ ମିଳିଛି । ସୋସିଆଲେ ମିଡିଆରେ ହେଉଥିବା ଏହି ଚର୍ଚ୍ଚା ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ସୋସିଆଲ ମିଡିଆରେ କପଡା ପିନ୍ଧିବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ଘଟଣାର ଖୁଲାସା ହୋଇଛି ।

ରିପୋର୍ଟ ଅନୁସାରେ, ଏହା ଖୁବ ପୁରୁଣା ମାମଲା, କିନ୍ତୁ ବର୍ତ୍ତମାନ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସିଡନୀର କବୋଣ୍ଡୀ ସମୁଦ୍ର କୂଳରେ ଅନେକ ଲୋକ ବିନା ପୋଷାକରେ ଏକାଠି ହୋଇଥିଲେ । ଏକା ସାଙ୍ଗରେ ୨୫୦୦ ଲୋକଙ୍କୁ ଉଲଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା । ତେବେ ଚର୍ମ କର୍କଟ ସମ୍ପର୍କରେ ସଚେତନତା ବଢାଇବା ପାଇଁ ଡିଜାଇନ ହୋଇଥିବା ଏକ କଳାକୃତି ପାଇଁ ଆସିଥିଲେ । ତେବେ ଏଥିପାଇଁ ସ୍ଥାନୀୟ ପ୍ରଶାସନ ନିକଟରୁ ଅନୁମତି ନିଆଯାଇ ଏକାଠି କରାଯାଇଥିଲା । ତେବେ ଏହି ପ୍ରଦର୍ଶନରେ ଭାଗ ନେଉଥିବା ଅଧିକାଂଶ ଲୋକ କୌଣସି ନା କୌଣସି ପ୍ରକାରରେ ଚର୍ମ କର୍କଟ ସହ ଜଡିତ ରହିଛନ୍ତି । କିଛି ଲୋକ ମେଡିକାଲ ରୂପରେ ଯେଡି ହୋଇ ରହିଥିବା ବେଳେ କିଛି ଲୋକ ରୋଗୀଙ୍କୁ ସାହାଯ୍ୟ କରୁଥିବେ କିମ୍ବା କ୍ୟାନ୍ସରକୁ ମାତ୍ ଦେଇଥିବା ଅନେକ ଲୋକ ଏଥିରେ ସାମିଲ ହୋଇଥିଲେ ।

ତେବେ ଏହି କାର୍ଯ୍ୟକ୍ରମ ଆମେରିକାର ଫଟୋଗ୍ରାଫର ସ୍ପେନ୍ସର ଟ୍ୟୁନିକଙ୍କର ଥିଲା ବୋଲି ରିପୋର୍ଟରୁ ଜଣାଯାଇଛି । ତେବେ ଅଷ୍ଟ୍ରେଲିଆର ଲୋକମାନଙ୍କୁ ନିୟମିତ ଭାବେ ତ୍ୱଚାର ଯାଞ୍ଚ କରାଇବା ପାଇଁ ପ୍ରୋତ୍ସାହନ କରିବା ମଧ୍ୟ ଏହି କାର୍ଯ୍ୟକ୍ରମର ଆଉ ଏକ ଉଦ୍ଦେଶ୍ୟ ଥିଲା । ତେବେ ଏହି ପ୍ରଦର୍ଶନର ଫଟୋ ସାମନାକୁ ଆସିବା ପରେ ହଠାତ ଏହାକୁ କେହି ବିଶ୍ୱାସ କରି ପାରିନଥିଲେ । ତେବେ ହଠାତ୍ ଏତେ ଲୋକ ଏମିତି ଅବସ୍ଥାରେ ସମୁଦ୍ର କୂଳରେ କାହିଁକି ପହଞ୍ଚିଥିଲେ ବୋଲି ପ୍ରଶ୍ନ ଉଠିଥିଲା । କିନ୍ତୁ ପରେ ଏହାର ଉତ୍ତର ଏବଂ ଉଦ୍ଦେଶ୍ୟ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ ।

Get real time updates directly on you device, subscribe now.