ରଘୁନାଥପାଲି ନାବାଳିକା ଗଣଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ୍

ଭୁବନେଶ୍ୱର: ୨୦୧୫ ରଘୁନାଥପାଲି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ । ୩ ଦୋଷୀଙ୍କୁ ୨୫ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ । ୩ ଅଭିଯୁକ୍ତ ଶିବୁ ଓରାମ, ଗଣେଶ ସାଣ୍ଡିଲ, ଅଜିତ ପଣ୍ଡାଙ୍କୁ ଜେଲ୍ ଦଣ୍ଡ । ମଙ୍ଗଳବାର ଏନେଇ ରାୟ ଶୁଣାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ପୋକ୍ସୋ କୋର୍ଟ । ଏହା ସହ ପୀଡ଼ିତାଙ୍କୁ ୭ ଲକ୍ଷ ଆର୍ଥିକ ସହାୟତା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।