fbpx

ମାଉସୀ ଘରେ ପହଞ୍ଚିଲେ ତିନିଠାକୁର, କାଲି ଗୋଟି ପହଣ୍ଡି

ପୁରୀ: ଅବଶେଷରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ପୂର୍ବରୁ ଗୁଣ୍ଡିଚାମନ୍ଦିର ପାଖ ଶରଧାବାଲିରେ ପହଞ୍ଚିଥିଲେ ବଡବାଡସାମନ୍ତ ବଡ଼ଠାକୁର ଶ୍ରୀବଳଦେବ ଗୋସାଇଁ ଓ ହଳଦୀମୁଖୀ ମା’ ସୁଭଦ୍ରା। ବଳଭଦ୍ରଙ୍କ ତାଳଧ୍ବଜ ପରେ ତାଙ୍କ ପଛେ ପଛେ ଘର୍ଘରନାଦ କରି ଆସି ପହଞ୍ଚିଥିଲା ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ।

ତାଙ୍କ ପଛରେ ରହି ରହି ଗୁଣ୍ଡିଚା ମନ୍ଦିିର ଅଭିମୁଖେ ଆସିଥିଲେ ବ୍ରହ୍ମାଣ୍ଡଗୋସାଇଁ କାଳିଆ ଠାକୁର। ଘଣ୍ଟଘଣ୍ଟା ନାଦ ସାଙ୍ଗକୁ ହରିବୋଲ ଧ୍ବନିରେ ପ୍ରକମ୍ପିତ ଉଠିଥିଲା ବଡ଼ଦାଣ୍ଡ। କୌଣସି ଅଘଟଣ ଘଟିନାହିଁ ଏଥର ରଥଯାତ୍ରାରେ। ବଡ଼ଦାଣ୍ଡ ସତେ ଆଜି ଜନ ସମୁଦ୍ରରେ ପରିଣତ ହୋଇଛି। ସମସ୍ତେ ରଥ ଦୁଇକୁ ଟାଣି ନେବା କ୍ରମରେ ସ୍ୱୟଂଙ୍କୁ ପାଶୋରି ଯାଇଛନ୍ତି।

Get real time updates directly on you device, subscribe now.