fbpx

୪ ଜୁନ୍ ହେଉଛି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ପାଇଁ ଆବେଦନର ଶେଷ ତାରିଖ, ଏପରି କରନ୍ତୁ ଆପ୍ଲାଏ

ଭୁବନେଶ୍ୱର : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଏନ.ସି.ଇ.ଆର.ଟି ର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଭୋପାଳ, ଆଜମେର, ମଇଶୁର ଓ ଶିଲଂରେ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ବି.ଏବି.ଇଡି, ବି.ଏସସି. ବି.ଇଡି,ବି.ଇଡି,ଏମ.ଇଡି,ଏମ.ଏସସି.ଇଡି, ଆଦି ଶିକ୍ଷା ଭିତ୍ତିକ ଅଧ୍ୟୟନରେ ନାମଲେଖା ପାଇଁ ଆବେଦନ ଆହ୍ୱାନ କରାଯାଉଛି ।

ଏହି ଆବେଦନ ଆଧାରରେ CEE ପରୀକ୍ଷା ଆସନ୍ତା ମାସ ୧୬ ତାରିଖରେ ଅନୁଷ୍ଠିତ ହେବ । ଆବେଦନର ଶେଷତାରିଖ ୦୪.୦୬.୨୦୨୪ ।ଚଳିତବର୍ଷ CEE ୨୦୨୪ ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପରୀକ୍ଷା ପରିଚାଳନା କରୁଅଛି । ଅଧିକ ଜାଣିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଗଣ www.cee.ncert.gov.in ରେ ଲଗଇନ କରିବା ସହ ହେଲ୍ପଲାଇନ ନମ୍ବର 8280337189/8280337190 ରେ ଯୋଗାଯୋଗ କରିପାରିବେ ।

Get real time updates directly on you device, subscribe now.