Please ଆମକୁ ଏଠାରୁ ନିଅ… ଶ୍ରୀନଗରରୁ ଆସିବାକୁ ମୋହନ ସରକାରଙ୍କୁ ଛାତ୍ରଛାତ୍ରୀଙ୍କ ଗୁହାରି, ହେଲ୍ପ ଲାଇନ୍ ନମ୍ବର ଜାରି

ଶ୍ରୀନଗର: ଭାରତ-ପାକିସ୍ତାନ ଯୁଦ୍ଧ ଯୋଗୁ ସୀମାରେ ଉତ୍ତେଜନା ଜାରି ରହିଛି । ଏଭିତରେ ଓଡ଼ିଶା ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି ।

ଶ୍ରୀନଗରରେ ଫସିଛନ୍ତି ଓଡ଼ିଶାର ୫ କୃଷି ବିଜ୍ଞାନ ଛାତ୍ରଛାତ୍ରୀ । ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ କଲେ ନିବେଦନ ।

କୌଣସି ମତେ ଶ୍ରୀନଗରରୁ ଦିଲ୍ଲୀ ପର୍ଯ୍ୟନ୍ତ ନେବାକୁ ନିବେଦନ । ଦିଲ୍ଲୀ ଓଡ଼ିଶା ସହିତ ଯୋଗେଯୋଗ କରୁଥିଲୁ କହିଲେ ।

ଶ୍ରୀନଗରରେ ଡ୍ରୋନ୍ ଆଟାକର ଶବ୍ଦ ଶୁଣିବାକୁ ପାଇଛୁ ବୋଲି ପିଲାମାନେ କହିଲେ । ଆଜି ନ ଗଲେ କାଲି ଆହୁରି ଅଧିକ ସମସ୍ୟା ହୋଇପାରେ ବୋଲି ଆଶଙ୍କା କରିଛନ୍ତି ।

 

ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କରିଲେ ରାଜ୍ୟ ସରକାର । ଭୁବନେଶ୍ୱର କଣ୍ଟ୍ରୋଲରୁମ୍- ୦୬୭୪-୨୪୩୧୯୪୫ ।

ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସ ହେଲ୍ପ ଲାଇନ ନମ୍ବର ୭୪୨୮୧-୩୫୦୪୪ ।

ଓଡ଼ିଶା ଛାତ୍ରଛାତ୍ରୀ ରହୁଥିବା ହଷ୍ଟେଲକୁ ଅନ୍ୟ ପିଲାମାନେ ଛାଡ଼ି ସାରିଥିବାବେଳେ ସେମାନେ ସେଠାରେ ଫସି ରହିଥିବା କହିଛନ୍ତି ।