fbpx

କଟକ ଚଣ୍ଡୀ ମନ୍ଦିରରେ ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ୍

Advertisement

କଟକ(ଓଡ଼ିଶା ଭାସ୍କର): କଟକ ଚଣ୍ଡି ମନ୍ଦିରରେ ଆଜି ମା’ଙ୍କ ଦର୍ଶନ କରିଛନ୍ତି ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ୍ । ମନ୍ଦିର ସମ୍ପର୍କି ବିଭିନ୍ନ ବିଷୟରେ ମୁଖ୍ୟ ପୂଜକଙ୍କ ସହ ସେ ଆଲୋଚନା କରିଛନ୍ତି । ଏହି ଗସ୍ତ ସମୟରେ କଟକ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଡିସିପି ଉପସ୍ଥିତ ଥିଲେ । ମା କଟକ ଚଣ୍ଡୀଙ୍କ ଦର୍ଶନ କରିବା ସହ ମୁଖ୍ୟ ପୂଜକ ମନୋଜ ପଣ୍ଡାଙ୍କ ସହ ମନ୍ଦିର ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ମନ୍ଦିର ଉନ୍ନତିକରଣ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ସରକାରଙ୍କୁ ଜଣାଇବେ ।

ତେବେ ମା’ କଟକ ଚଣ୍ଡୀଙ୍କ ଦର୍ଶନ ବେଳେ ଫାଇଭ ଟି ସଚିବ କଟକ ଜିଲ୍ଲାପାଳ ଓ କମିସନରଙ୍କ ସହ ମୁଖ୍ୟତଃ କଞ୍ଜେଶନ ପାର୍କିଂ ୱାଟର ଲଗିଂ ବିଷୟରେ ଆଲୋଚନା କରିଥିଲେ । ଆଲୋଚନା କ୍ରମେ ଜିଲ୍ଲାପାଳ ଆର୍ ଡି ସି ଓ କମିଶନର ଡିସିପି ମିଳିତ ଭାବେ ମନ୍ଦିରର ଅନ୍ୟ ଷ୍ଟେକ୍ ହୋଲ୍ଡରମାନଙ୍କ ସହ ଆଲୋଚନା କରି ମନ୍ଦିରର ଉନ୍ନତିକରଣ ପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରି ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

Get real time updates directly on you device, subscribe now.