fbpx

ରାଜ୍ୟସଭାରେ ସରକାର-ବିରୋଧୀ ଯୁଦ୍ଧ: କ୍ଷମା ମାଗିବାକୁ କହିଲେ ୭ କେନ୍ଦ୍ରମନ୍ତ୍ରୀ, ସାମ୍ନାକୁ ଆସିଲା ଧସ୍ତାଧସ୍ତିର ଭିଡିଓ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ବୁଧବାର ଦିନ ଅଧିବେଶନ ଶେଷ ହୋଇଗଲା । କିନ୍ତୁ ମୌସୁମୀ ଅଧିବେଶନର ଶେଷ ଦିନରେ ଯାହା ହେଲା, ତାକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଗଲା । ଏହି ହଙ୍ଗାମାର ଭିଡିଓ ମଧ୍ୟ ସର୍ବସମ୍ମୁଖକୁ ଆସିସାରିଛି ।

ରାଜ୍ୟସଭାରେ ହଙ୍ଗାମା ପ୍ରସଙ୍ଗକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ୭ କେନ୍ଦ୍ରମନ୍ତ୍ରୀ । ବିରୋଧୀଙ୍କ ଅଭିଯୋଗ ପରେ ମିଳିତ ପ୍ରେସମିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟସଭାରେ ହଙ୍ଗାମାକୁ ନେଇ ଅନୁରାଗ ଠାକୁର କହିଛନ୍ତି ଯେ, ‘ସଡ଼କରୁ ସଂସଦ ଯାଏଁ ଅରାଜକତା କରିଛନ୍ତି ବିରୋଧୀ । ରାଜ୍ୟସଭାରେ ଯାହା ଘଟିଛି ତାହା ବହୁତ ଲଜ୍ୟାଜନକ । କାମ କରାଇ ଦେଇନଥିବା ବିରୋଧୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ  ।’

ଏହା ସହ ରାଜ୍ୟସଭାରେ ହଙ୍ଗାମାକୁ ନେଇ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ‘ବିପକ୍ଷ କେବଳ କାମରେ ପ୍ରତିବନ୍ଧକ ସାଜିଛନ୍ତି । ସରକାର ବିରୋଧୀଙ୍କ ବହୁ ଦାବି ମାନିଛନ୍ତି । ନୂଆମନ୍ତ୍ରୀଙ୍କ ପରିଚୟ କରାଇ ଦେଇନାହାନ୍ତି ବିରୋଧୀ । ପ୍ରତ୍ୟେ ଦିନ ବିରୋଧୀଙ୍କ ସହ କଥା ହେବାକୁ ଚେଷ୍ଟା କରିଛୁ । ବିଲ୍ ପାସ୍ କରାଇବାକୁ ଆମେ ବିରୋଧୀଙ୍କ ସହଯୋଗ ମାଗିଥିଲୁ । ବିରୋଧୀ ହଙ୍ଗାମା କରି ସଂସଦରେ କାଚ ଭାଙ୍ଗିବାକୁ ପ୍ରୟାସ କଲେ  । ଆମେ ସୋମବାର ଯାଏଁ ସଂସଦ ଚଳାଇବାକୁ ଚାହିଁଥିଲୁ । କିନ୍ତୁ କାଚ ଭାଙ୍ଗିବା ସହ ମହିଳା ମାର୍ଶାଲଙ୍କୁ ଆଘାତ କରିଥିଲେ ବିରୋଧୀ । ଟେବୁଲରେ ଚଢ଼ି କୁଦିବା ଭିଡିଓ ପ୍ରସ୍ତୁତ କରାଗଲା । ବିରୋଧୀ ସଂସଦର ଗେଟ ଭାଙ୍ଗବାକୁ ପ୍ରୟାସ କରିଛନ୍ତି । ସଂସଦର ଗରିମା ନଷ୍ଟ କରିଥିବା ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ।’

ଅନ୍ୟପଟେ ହଙ୍ଗାମାକୁ ନେଇ ପୀୟୂଷ ଗୋଏଲ ନିଜ ବୟାନରେ କହିଛନ୍ତି ଯେ, ‘ବିରୋଧୀ ସଂସଦର ଗରିମା ନଷ୍ଟ କରିଛନ୍ତି । ବିରୋଧୀଙ୍କ ଆଭିମୁଖ୍ୟକୁ ନେଇ ଦେଶ ଦୁଃଖିତ । ରାହୁଲ କ’ଣ କରିଛନ୍ତି, ତାହା ତାଙ୍କୁ ଜଣାଅଛି । ୬ ସାଂସଦ କାଚ ଭାଙ୍ଗି ଜବରଦସ୍ତ ଭିତରକୁ ପ୍ରବେଶ କଲେ ମହିଳା ମାର୍ଶାଲଙ୍କ ଉପରେ ଆକ୍ରମଣ କରାଯାଇଛି । ବିରୋଧୀ ବର୍ତ୍ତମାନ ନାଟକ କରୁଛି ।’

Get real time updates directly on you device, subscribe now.