fbpx

ଓଡ଼ିଶାର ୬୭ ଜଣଙ୍କୁ ମିଳିବ ସାହସିକତା ପୋଲିସ ମେଡାଲ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାର ସ୍ୱାଧୀନତା ଦିସବ ଅବସରରେ ଦିଆଯାଉଥିବା ସାହସିକତା ପୁରସ୍କାରର ଘୋଷଣା କରିଛନ୍ତି । ଏଥର ୬୬୨ ପୋଲିସ କର୍ମଚାରୀଙ୍କୁ ପୋଲିସ ପଦକ, ୬୨୫ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ, ୮୮ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଓ ୬୬୨ ଜଣଙ୍କୁ ମେରିଟ ସର୍ଭିସ ପାଇଁ ପଦକ ଦିଆଯିବ । ସେମାନଙ୍କ ମଧ୍ୟରୁ ଓଡ଼ିଶାର ୬୭ ଜଣଙ୍କୁ ସାହସିକତା ପୋଲିସ ମେଡାଲ ନେଇ ଘୋଷଣା ହୋଇଛି । ଉଲ୍ଲେଖନୀୟ ସୋବ ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ମିଳିବ । ଏସଆଇଡବ୍ଲୁର ଡିଏସପି ଉମାଶଙ୍କର ପଣ୍ଡାଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ଦିଆଯିବ । ଏହା ସହ ଭିଜିଲାନ୍ସର କନଷ୍ଟେବଲ ଭାବଗ୍ରାହୀ ତ୍ରିପାଠୀଙ୍କୁ ମଧ୍ୟ ଦିଆଯିବ ରାଷ୍ଟ୍ରପତି ପୋଲିସ ମେଡାଲ । ଏହା ବ୍ୟତୀତ ୧୧ ଜଣଙ୍କୁ ପ୍ରଂଶସନୀୟ ସେବା ପାଇଁ ପୋଲିସ ପଦକ ମିଳିବ ।

ଏହା ପୂର୍ବରୁ ତଦନ୍ତରେ ଉତ୍କର୍ଷତା ପାଇଁ ୧୫୨ ଜଣ ପୋଲିସ ମେଡାଲ ଦିଆଯିବ ବୋଲି  କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ୧୫୨ ଜଣଙ୍କ ମଧ୍ୟରୁ ୨୮ ଜଣ ମହିଳା ପୋଲିସ ରହିଛନ୍ତି । ଏଥିରେ ଓଡିଶାର ୪ଜଣ ପୋଲିସଙ୍କୁ ଦିଆଯିବ ମେଡାଲ । ଓଡ଼ିଶାର ସେହି ୪ ପୋଲିସ ହେଉଛନ୍ତି ଇନ୍ସପେକ୍ଟର ଦେବେନ୍ଦ୍ର ମଲ୍ଲିକ, ଇନ୍ସପେକ୍ଟର ଦେବେନ୍ଦ୍ର ବିଶ୍ୱାଳ, ଏସଆଇ ତୃପ୍ତିରଞ୍ଜନ ନାୟକ ଓ ଏସଆଇ ଶ୍ରୀକାନ୍ତ ସାହୁ । ତେବେ ୧୫୨ ଜଣଙ୍କ ମଧ୍ୟରୁ ସିବିଆଇରୁ ସର୍ବାଧିକ ୧୫ ଜଣ ମେଡାଲ ପାଇବେ ।

Get real time updates directly on you device, subscribe now.