fbpx

ପୁଣି ଏକ ବଡ଼ ଅଘଟଣ: ଡଙ୍ଗା ଓଲଟି ପଡ଼ିବାରୁ ୭୯ ଜଣଙ୍କର ମୃତ୍ୟୁ, ୨୫ ମିଟର ଲମ୍ବ ଡଙ୍ଗାରେ ବସିଥିଲେ ୭୫୦ ପ୍ରବାସୀ

ନୂଆଦିଲ୍ଲୀ: ଗତକାଲି ନାଇଜେରିଆରେ ଡଙ୍ଗା ବୁଡ଼ି କାରଣରୁ ୧୦୩ ଜଣ ଲୋକଙ୍କର ଜୀବନ ଚାଲିଯାଇଥିଲା । ଏକ ବିବାହ କାର୍ଯ୍ୟରେ ଯୋଗ ଦେଇ ଫେରୁଥିବା ସମୟରେ ଘଟିଥିଲା ଏପରି ଏକ ଅଘଟଣ । ଏହି ବୋଟ ଦୁର୍ଘଟଣାରେ ୯୭ ଜଣ ଯାତ୍ରୀ ମଧ୍ୟ ନିଖୋଜ ହୋଇଯାଇଥିଲେ । ସୁରକ୍ଷା ନିୟମ ଅବମାନନା, ବର୍ଷାଋତୁରେ ପ୍ରବଳ ବନ୍ୟା ଓ ଓଭରଲୋଡିଂ ହିଁ ଏହି ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଇଥିଲା ।

ତେବେ ଏହା ମଧ୍ୟରେ ଘଟିଯାଇଛି ପୁଣି ଏକ ବଡ଼ ଅଘଟଣ । ଗ୍ରୀସର ସମୁଦ୍ରରେ ଡଙ୍ଗା ଓଲଟି ପଡ଼ିବାରୁ ୭୯ ଜଣ ପ୍ରବାସୀ ଜଳରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ଉକ୍ତ ଡଙ୍ଗାରେ ପାକିସ୍ତାନ, ମିଶର ଓ ସିରିୟାର ଲୋକମାନେ ଯାତ୍ରା କରୁଥିଲେ । ତେବେ ଡଙ୍ଗାରେ ମୋଟ ୭୫୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି । ବର୍ତ୍ତମାନ ରେସକ୍ୟୁ ଅପରେସନ ଜାରି ରହିଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଉକ୍ତ ଡଙ୍ଗାରେ ଆବଶ୍ୟକତାଠାରୁ ଅଧିକ ଲୋକ ଯାତ୍ରା କରିବା ହିଁ ଏହି ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଉକ୍ତ ଡଙ୍ଗାର ଲମ୍ବ ୨୦-୩୦ ମିଟର ହୋଇଥିବା ବେଳେ ସେଥିରେ ୭୫୦ ଜଣ ଲୋକ ବସିଥିଲେ ।

ସୂଚନାଯୋଗ୍ୟ ଯେ, ଗରିବୀରୁ ମୁକ୍ତି ପାଇବା ଓ ଖୁସିରେ ଜୀବନ ସନ୍ଧାନରେ ପଛୁଆ ଦେଶମାନଙ୍କରୁ ଲୋକମାନେ ୟୁରୋପ ଦେଶ ଅଭିମୂଖେ ପଳାୟନ କରୁଥିବା ଦେଖାଯାଉଛି । ପଶ୍ଚିମୀ ଦେଶକୁ ଯିବା ପାଇଁ ଲୋକମାନେ ସମୁଦ୍ର ପଥକୁ ବାଛୁଥିବା ବେଳେ ଡଙ୍ଗା ବୁଡ଼ିବା ସେମାନଙ୍କର ଜୀବନକୁ ଶେଷ କରିଦେଉଛି । ଗତ ୨୦୨୧ ମସିହା ଜୁଲାଇ ମାସରେ ଆଫ୍ରିକୀୟ ପ୍ରବାସୀଙ୍କୁ ନେଇ ଯାଉଥିବା ଗୋଟିଏ ଡଙ୍ଗା ଲିବିୟା ଉପକୂଳରେ ଓଲଟି ପଡ଼ିବାରୁ ୫୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲ ।

Get real time updates directly on you device, subscribe now.