fbpx

ଅଗଷ୍ଟ ୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ

ଭୁବନେଶ୍ୱର: ରାଜ୍ୟରେ ଅଗଷ୍ଟ ୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ । ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ । କୋଭିଡ୍ କଟକଣା ମଧ୍ୟରେ କ୍ଲାସ କରିବାକୁ ଗଣଶିକ୍ଷା ସଚିବଙ୍କ ଚିଠି । ରବିବାର ଓ ସାଧାରଣ ଛୁଟି ଦିବସରେ ହେବନି କ୍ଲାସ । ସ୍କୁଲ ଖୋଲିଲେ ମଧ୍ୟ ଉପସ୍ଥାନ ବାଧ୍ୟତାମୂଳକ ହେବ ନାହିଁ । ଅଭିଭାବକ ଚାହିଁଲେ ପିଲା ଅନଲାଇନ କ୍ଳାସ କରିପାରିବେ । ନବମ କ୍ଲାସ ଆରମ୍ଭ ସହ ଛାତ୍ରାବାସ ମଧ୍ୟ ଖୋଲିବ ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ରାଜ୍ୟ ସରକାର ଲକଡାଉନ ଜାରି କରିବା ସହ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ନିର୍ଦ୍ଦେଶ ଦେଇଥିଲେ । ତେବେ ନିକଟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ କ୍ଳାସ ଖୋଲିବା ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.