fbpx

୨୩ ବର୍ଷ ଧରି ଖେଳିବା ପରେ ବି ଥକିନାହାନ୍ତି ଏହି ଖେଳାଳି: ଆଇସିସି ଦେଲା ଏମିତି ସମ୍ମାନ

ନୂଆଦିଲ୍ଳୀ: ଭାରତୀୟ ମହିଳା ଦଳର ଅଧିନାୟିକା ମିଥାଲି ରାଜ ନିଜ କ୍ରିକେଟିଂ ଜୀବନର ଫର୍ଦ୍ଦରେ ସଫଳତାର ଆଉ ଏକ ଅଧ୍ୟାୟ ଯୋଡିଛନ୍ତି । ମିଥାଲି ରାଜ୍ ଏବଂ ଝୁଲଣ ଗୋସ୍ୱାମୀ ଆଇସିସିର ମହିଳା ଦଳରେ ସ୍ଥାନ ପାଇଛନ୍ତି । ଅନ୍ୟ କୌଣସି ଭାରତୀୟ ଖେଳାଳି ଏହି ଦଳରେ ନଥିବା ବେଳେ ଟି-୨୦ରେ ସ୍ମୃତି ମନ୍ଧାନା ସ୍ଥାନ ପାଇଛନ୍ତି । ଜଣେ ହେଲେ ବି ପୁରୁଷ ଖେଳାଳି ଆଇସିସିର ଶ୍ରେଷ୍ଠ ଏକାଦଶରେ ସ୍ଥାନ ପାଇନଥିବା ବେଳେ ଝୁଲଣ ଓ ମିଥାଲି ଭାରତକୁ ଗର୍ବିତ କରିଛନ୍ତି ।

ମିଥାଲି ୧୯୯୯ରେ ଭାରତ ପକ୍ଷରୁ ପଦାର୍ପଣ କରିଥିଲେ । ଦୀର୍ଘ ୨୩ ବର୍ଷ ଧରି କ୍ରିକେଟ ଖେଳୁଥିବା ମିଥାଲି ଭାରତ ପକ୍ଷରୁ ୨୨୦ଟି ଦିନିକିଆ ମୁକାବିଲା ଖେଳିଛନ୍ତି । ଏହି ମ୍ୟାଚରେ ୭୩୯୧ ରନ ସଂଗ୍ରହ କରିବା ସହିତ ସର୍ବାଧିକ ରନ ହାସଲକାରୀ ମହିଳାଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ଏହା ସହିତ ଚଳିତ କ୍ୟାଲେଣ୍ଡର ବର୍ଷରେ ମିଥାଲି ୫୦୩ ରନ ସଂଗ୍ରହ କରିଛନ୍ତି । ୩୯ ବର୍ଷୀୟ ମିଥାଲି ୨୦୨୧ରେ ଗୋଟିଏ ବି ଶତକ ହାସଲରେ ଅସମର୍ଥ ରହିଥିଲେ ହେଁ ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସମାନ ଢଙ୍ଗରେ ଝୁଲଣ ଗୋସ୍ୱାମୀ ମଧ୍ୟ ଚମକ୍ରାର ପ୍ରଦର୍ଶନ କରିଛନ୍ତି । ମହିଳା ବର୍ଗରେ ସର୍ବାଧିକ ୱିକେଟ ହାସଲ କାରୀ ଝୁଲଣ ୨୦୨୧ରେ ୧୫ଟି ୱିକେଟ ନେଇଛନ୍ତି । ଏହି ସମୟରେ ଝୁଲଣଙ୍କ ଇକୋନୋମୀ ହାର ୩.୭୭ ରହିଛି ଯାହାକି ଅତ୍ୟନ୍ତ ଚମକ୍ରାର । ଟି-୨୦ରେ ଏକମାତ୍ର ଖେଳାଳି ଭାବରେ ସ୍ମୃତି ମାନ୍ଧନା ଶ୍ରେଷ୍ଠ ଏକାଦଶରେ ସ୍ଥାନ ହାସଲ କରିଛନ୍ତି । ସୂଚନା ଯୋଗ୍ୟ ଯେ ମାନ୍ଧନା ଗତ ବର୍ଷ ୯ ଅନ୍ତର୍ଜାତୀୟ ମ୍ୟାଚ ଖେଳି ଦୁଇ ଅର୍ଦ୍ଧ ଶତକ ସହିତ ୩୧.୮୭ ହାରେ ମୋଟ ୨୫୫ ରନ ସଂଗ୍ରହ କରିଛନ୍ତି । ତେବେ ଇଂଲଣ୍ଡ ମହିଳା ଦଳର ଏକାଧିକ ଖେଳାଳି ଗତ ବର୍ଷ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଆଇସିସି ଟି-୨୦ ମହିଳା ଟିମ ଅଫ ଦି ଇୟର ଦଳରେ ସ୍ଥାନ ପାଇବା ପାଇଁ ହକଦାର ହୋଇ ପାରିଛନ୍ତି ।

Get real time updates directly on you device, subscribe now.