fbpx

ଚଳନ୍ତା ଟ୍ରେନକୁ ଧରିବା ପାଇଁ ଦୌଡ଼ୁଥିଲା ଯୁବକ, ହଠାତ୍ ତା’ଗୋଡ଼ ଖସିଗଲା: ଏହାପରେ କ’ଣ ଘଟିଲା ଦେଖନ୍ତୁ Video

ନୂଆଦିଲ୍ଲୀ: ଅନେକ ସମୟରେ ଚଳନ୍ତା ଟ୍ରେନକୁ ଧରିବା ପାଇଁ ଚେଷ୍ଟା କରି ଯାତ୍ରୀମାନେ ପ୍ରାଣ ହରାଇଥାନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇର ବସଇ ରୋଡ଼ ରେଳ ଷ୍ଟେସନରେ । ଜଣେ ଯୁବକ ଟ୍ରେନକୁ ଧରିବା ପାଇଁ ପ୍ଲାଟଫର୍ମରେ ଦୌଡ଼ୁଥିଲା । ହଠାତ୍ ତା’ର ପଦ ଖସିଯିବାରୁ ସେ ତଳେ ପଡ଼ିଯାଇଥିଲା । ମାତ୍ର ସୌଭାଗ୍ୟ ବଶତଃ ସେଠାରେ ଉପସ୍ଥିତି ଥିବା ରେଳ ସୁରକ୍ଷା ଫୋର୍ସ (ଆରପିଏଫ୍) ତା’ର ଜୀବନ ବଞ୍ଚାଇ ଦେଇଥିଲେ । ଏହି ସମସ୍ତ ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

୨୪ ସେକେଣ୍ଡର ଏହି ଭିଡିଓକୁ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରାଯିବା ପରେ ଏହା ଭାଇରାଲ୍ ହୋଇଯାଇଥିଲା । ମାତ୍ର କିଛି ଘଣ୍ଟା ମଧ୍ୟରେ ଭିଡିଓକୁ ହଜାର ହଜାର ଭ୍ୟୁଜ୍ ମିଳିଥିଲା । ଏହି ଘଟଣା ବିଷୟରେ ଜାଣିବା ପରେ ଆରପିଏଫ୍ ଯବାନଙ୍କୁ ସମସ୍ତେ ପ୍ରଶଂସା କରିଥିଲେ । ଯଦି ଯବାନ ଜଣଙ୍କ ଠିକ୍ ସମୟରେ ସେଠାରେ ପହଞ୍ଚିନଥାନ୍ତେ, ହୁଏତ ଆଜି ଯୁବକ ଜଣଙ୍କର ଜୁଇ ଜଳୁଥାନ୍ତା । ତେଣୁ ଟ୍ରେନରେ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.