fbpx

ବିଶ୍ୱ ମାତୃଭାଷା ଦିବସ: ‘Wooden coaster’ ଚିତ୍ରକଳାରେ ଓଡ଼ିଆ ଭାଷାକୁ ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନ୍ତର୍ଜାତୀୟ ମାତୃଭାଷା ଦିବସ ପ୍ରତିବର୍ଷ ଫେବୃଆରୀ ୨୧ ତାରିଖରେ ବିଶ୍ୱବ୍ୟାପୀ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷା ପଣ ପ୍ରଚାର ନିମନ୍ତେ ପାଳିତ ହୋଇଥାଏ । ୟୁନେସ୍କୋ ଦ୍ୱାରା ୧୯୯୯ ମସିହା ନଭେମ୍ବର ୧୭ରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଏମିଳିତ ଜାତିସଂଘ ସାଧାରଣ ସଭାରେ ୨୦୦୮ ମସିହା ଅନ୍ତର୍ଜାତୀୟ ଭାଷା ବର୍ଷରେ ଗୃହୀତ ହୋଇଥିଲା । ଅନ୍ତର୍ଜାତୀୟ ମାତୃଭାଷା ଦିବସ ୨୦୦୦ ମସିହା ଫେବୃଆରୀ ପରଠାରୁ ପ୍ରତିବର୍ଷ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷା ପଣ ପ୍ରଚାର ନିମନ୍ତେ ପାଳିତ ହୋଇଆସୁଛି ।

ବିଶ୍ୱ ମାତୃଭାଷା ଦିବସ ଅବସରରେ ଚିତ୍ରକଳା ଜରିଆରେ ଓଡ଼ିଆ ଭାଷାକୁ ସମ୍ମାନ ଜଣାଇଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ । ଗୋଲାକାର କାଠ (ଉଡେନ୍ କୋଷ୍ଟର) ଉପରେ ଚିତ୍ରକଳା ଜରିଆରେ ନିଜର ମାତୃଭାଷା ପ୍ରତି ଥିବା ସମ୍ମାନ ଜାହିର କରିଛନ୍ତି ପ୍ରିୟଙ୍କା । ଏହି ଚିତ୍ରକଳା ବନେଇବା ପାଇଁ ଉଡେନ୍ କୋଷ୍ଟର ସହିତ ଆକ୍ରିଲିକ୍ ରଙ୍ଗର ବ୍ୟବହାର କରାଯାଇଥିଲା । ଏହା ଉପରେ ମୋ ଓଡ଼ିଶା ଗୀତର କିଛି ପଙ୍କତି ବ୍ୟବହାର କରାଯାଇଥିବା ବେଳେ ଓଡ଼ିଶା ମାନଚିତ୍ର ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ବ୍ୟବହାର କରାଯାଇଛି ।

Get real time updates directly on you device, subscribe now.