fbpx

ବିଏମ୍‌ସି ନିର୍ବାଚନ ପ୍ରଚାରରେ ଉଷ୍ମତା: ଭୋଟରଙ୍କ ମନ କିଣିବାକୁ ଦିନ ରାତି ପ୍ରୟାସ କରୁଛନ୍ତି ପ୍ରାର୍ଥୀ, ବିଭିନ୍ନ ସ୍ଥାନରେ ବଢ଼ିଛି ରାଜେନୖକ ହିଂସା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ନେଇ ଏବେ ପ୍ରଚାର କାର୍ଯ୍ୟ ଜୋର୍‌ଦାର୍‌ ହୋଇଛି । ଚଳିତ ବର୍ଷ ୩ ପ୍ରମୁଖ ଦଳ ମଧ୍ୟରେ କଡା ଟକ୍କର ମଧ୍ୟରେ ଏହି ନିର୍ବାଚନ ସମାପ୍ତ ହେବ । ଏବେ ସବୁ ଦଳର ପ୍ରାର୍ଥୀମାନେ ଭୋଟ ହାତେଇବାକୁ ନିଜ ସ୍ତରରେ ଉଦ୍ୟମ କରିଛନ୍ତି । ଦିନ ରାତିକୁ ଏକ କରି ପ୍ରାର୍ଥୀମାନେ ଭୋଟଙ୍କ ନିକଟତର ହେବା ସହ ସେମାନଙ୍କ ଆସ୍ଥା ଭାଜନ ହେବାକୁ ପ୍ରୟାସ କରିଛନ୍ତି । ଏବେ ଏହାରି ଭିତରେ ଭୋଟ୍‌ ଗ୍ରହଣ ଯେତିକି ପାଖେଇ ଆସୁଛି ନିର୍ବାଚନ ପ୍ରଚାର ଜୋର୍‌ଦାର୍‌ ହେବା ସହ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟୁଥିବା ଦେଖିବାକୁ ମିଳିଛି । କେଉଁଠି ପୋଷ୍ଟରମରାକୁ କେନ୍ଦ୍ରକରି ହିଂସାକାଣ୍ଡ ଘଟୁଛି ତ ଆଉ କେଉଁଠି କଥା କଟାକଟି ହୋଇ କର୍ମୀଙ୍କ ମଧ୍ୟରେ ମାର୍‌ ପିଟ୍‌ ହେଉଥିବା ଏବେ ଦେଖିବାକୁ ମିଳିଲାଣି । ଏବେଠାରୁ ଭୋଟ୍‌ ଗ୍ରହଣ ପର୍ଯ୍ୟନ୍ତ ଏହା ପୋଲିସ ପାଇଁ ଚାଲେଞ୍ଜ ପାଲଟିଛି । ଏବେ ବଢୁଛି ହିଂସାକାଣ୍ଡ, ଚିନ୍ତାରେ ପୋଲିସ କମିଶନରେଟ୍‌ ପୋଲିସ ପକ୍ଷରୁ ଭୁବନେଶ୍ୱରର କିଛି ସମ୍ବେଦନଶୀଳ ୱାର୍ଡରେ ପୋଲିସ ଫ୍ଲାଗ୍‌ମାର୍ଚ୍ଚ ଆରମ୍ଭ କରିବା ସହ ହିଂସାକାଣ୍ଡ ରୋକିବା ଉପରେ ତୀକ୍ଷ୍ମ ନଜର ରଖିଛି । ସଂଧ୍ୟା ପ୍ରହରରୁ ରାତ୍ର ତମାତ ସହରର ଗଳି କନ୍ଦି ଓ ଛକ ଗୁଡିକରେ ପୋଲିସ ପଇତରା ମାରୁଛି ।

ଆସନ୍ତା ୨୪ ତାରିଖରେ ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ଏହା କି ରି ଶାନ୍ତି ଶୃଙ୍ଗଳାରେ ସମାପନ ହେବ ସେ ଦିଗରେ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ନିର୍ବାଚନ ମଇଦାନକୁ ଚଳିତ ବର୍ଷ ୧୨ ମେୟର ପ୍ରାର୍ଥୀ ଓହ୍ଲାଇଥିବାବେଳେ ଏବେ ସେମାନେ ଘର ଘର ବୁଲି ଲୋକଙ୍କ ଆଶୀର୍ବାଦ ନେବା ସହ ଭୋଟ୍‌ ଭିକ୍ଷା କରୁଛନ୍ତି । ୬୭ ୱାର୍ଡରେ କର୍ପୋରେଟର ପ୍ରାର୍ଥୀମାନେ ମଧ୍ୟ ଦିନକୁ ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଲୋକଙ୍କ ସାଥିରେ ରହି ଭୋଟ୍‌ ଭିକ୍ଷା କରୁଛନ୍ତି । ତେବେ ସମୟ କହିବ କାହା ମୁଣ୍ଡରେ ବିଜୟର ଟିକା ଲାଗିବ । ଏବେଠାରୁ ସମସ୍ତେ ସେହି ବିଜୟର ମୁହୂର୍ତ୍ତକୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି । ୧୨ ମେୟର ପ୍ରାର୍ଥୀଙ୍କ ମଧ୍ୟରେ ଏବେ ଫୋକ୍‌ସରେ ରହିଛନ୍ତି ବିଜେଡିର ସୁଲୋଚନା ଦ । ଶ , ବିଜେପିର ସୁନୀତି ମୁଣ୍ଡ୍‌ ଓ କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟ । ସେମାନେ ଏବେ ଭୋଟ୍‌ ହାତେଇବା ପାଇଁ ନିଜ ସ୍ତରରେ ଉଦ୍ୟମ ଚଳାଇଛନ୍ତି । ତେବେ ଦେଖିବାର ବାକି ରହିଲା କାହା ମୁଣ୍ଡରେ ଲାଗିବ ବିଜୟର ଟିକା ।

Get real time updates directly on you device, subscribe now.