fbpx

ଧୋକାଦେଇ ନିଜ ସ୍ପର୍ମରୁ ମହିଳାଙ୍କୁ କଲା ଗର୍ଭବତୀ, ସତ ସାମ୍ନାକୁ ଆସିବାରୁ….

ନୂଆଦିଲ୍ଲ: ଜଣେ ଡାକ୍ତର ନିଜ କ୍ଲିନିକକୁ ଆସିଥିବା ମହିଳାଙ୍କୁ ନିଜ ସ୍ପର୍ମ ମାଧ୍ୟମରେ ଗର୍ଭବତୀ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ମହିଳାଙ୍କୁ ନଜଣାଇ ଏପରି କାମ କରିଥିଲେ ଡାକ୍ତର । ଅନେକ ବର୍ଷ ପରେ ମହିଳାଙ୍କ ଝିଅର ଡିଏନଏ ଟେଷ୍ଟ କରିବାକୁ ସତ ସାମ୍ନାକୁ ଆସିଥିଲା । ୧୯୭୭ରେ ହୋଇଥିବା ଏହି ଘଟଣାକୁ ନେଇ ଏବେ କୋର୍ଟେ ଶୁଣାଣି କରିଛନ୍ତି ଓ ଡାକ୍ତରଙ୍କ ଉପରେ ମୋଟା ଅଙ୍କର ଜରିମାନା ଲଗାଇଛନ୍ତି ।

ତେବେ ୧୯୯୭ରେ ଆମେରିକାର ଫ୍ଲୋରିଡାରେ ରହୁଥିବା ଚେରିଲ ରୁସୋ ଓ ତାଙ୍କ ସ୍ୱାମୀ ପିଟର ଡାକ୍ତର ଜନ୍ ବଏଡ୍ କୋଟ୍ସଙ୍କ ନିକଟକୁ ଯାଇଥିଲେ । ଆର୍ଟିଫିସିଆଲ ଇନସେମିନେସନ୍ ପ୍ରୋସିଜର ପାଇଁ ଜଣେ ମେଡିକାଲ ଛାତ୍ରଙ୍କୁ ସ୍ପର୍ମ ଚେରିଲଙ୍କୁ ଦିଆଯିବାର ଥିଲା । କିନ୍ତୁ ମେଡିକାଲ ଛାତ୍ରଙ୍କ ବ୍ୟତୀତ ଡାକ୍ତର ଜଣକ ଧୋକାରେ ନିଜ ସ୍ପର୍ମକୁ ବ୍ୟବହାର କରିଥିଲେ ।

ଅନେକ ବର୍ଷ ଯେବେ ଚେରିଲ ରୁସୋଙ୍କ ଝିଅ ବଡ଼ ହେଲେ, ସେବେ ନିଜ ଜନ୍ମଗତ ପିତାଙ୍କ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରାଯାଇଥିଲା । ଏଥିରେ ଜଣାପଡିଥିଲା କି, ଡାକ୍ତର ଜନ୍ ହିଁ ତାଙ୍କ ପିତା । ଏହା ଜଣାପଡିବା ପରେ ରୁସୋ ଦମ୍ପତ୍ତି ଡାକ୍ତରଙ୍କ ବିରୋଧରେ କୋର୍ଟରେ କେସ୍ କରିଥିଲେ । ଏହି ମାମଲାରେ ଏବେ କୋର୍ଟଙ୍କ ରାୟ ଆସିଛି । ଏହି ମାମଲାରେ ଡାକ୍ତରଙ୍କୁ ୫.୨୫ ମିଲିଅନ୍ ବା ପାଖାପାଖି ୪୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.