fbpx

ଆକାଶଛୁଆଁ ହେବାରେ ଲାଗିଛି ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେତେ ହେଲା ମହଙ୍ଗା?

ନୂଆଦିଲ୍ଲୀ: ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ-ଡିଜେଲ ଦର ଲଗାତାର ଭାବେ ବଢ଼ାଇବାରେ ଲାଗିଛନ୍ତି । ମଙ୍ଗଳବାର ଅର୍ଥାତ୍ ଆଜି ମଧ୍ୟ ପେଟ୍ରୋଲ-ଡିଜେଲ ଦରରେ ଲିଟର ପିଛା ୮୦ ପଇସା ମହଙ୍ଗା ହୋଇଛି । କମ୍ପାନୀ ନିଜର କ୍ଷତିପୂରଣ କରିବାକୁ ଇନ୍ଧନର ଦାମ୍ ବଢ଼ାଇବାରେ ଲାଗିଛି । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ଲିଟର ପିଛା ପେଟ୍ରୋଲ-ଡିଜେଲ ଦାମ୍ ୮୦ ପଇସା ବୃଦ୍ଧି ପାଇଛି ।

ଦିଲ୍ଲୀରେ ଏବେ ଲିଟର ପିଛା ପେଟ୍ରୋଲ ଦର ୧୦୪.୬୧ ଟଙ୍କା ଥିବା ବେଳେ ଡିଜେଲ ୯୬ ଟଙ୍କାରେ ପହଞ୍ଚିଛି । ଏହା ସହ ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ୧୧୯.୬୭ ଟଙ୍କା ଓ ଡିଜେଲ ୧୦୪ ଟଙ୍କା ମହଙ୍ଗା ହୋଇଛି । ସେହିପରି ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ୧୦୯.୩୪ ଟଙ୍କା ଓ ଡିଜେଲ ୯୯.୪୧ ଟଙ୍କା ହୋଇଛି । କୋଲାକାତାରେ ଲିଟର ପିଛା ୧୧୪.୨୮ ଟଙ୍କା ଓ ଡିଜେଲ ୯୯.୦୨ ଟଙ୍କା ହୋଇଛି । ପାଟନାରେ ଲିଟର ପିଛା ୧୧୫.୪୦ ଟଙ୍କା ଡିଜେଲ ୧୦୦.୬୭ ଟଙ୍କା ଲିଟର ପିଛା ମହଙ୍ଗା ହୋଇଛି । ଏହି ବର୍ଦ୍ଧିତ ଦର ଆଜି ସକାଳ ୬ଟାରୁ ଲାଗୁ ହୋଇଛି । କମ୍ପାନୀ ଗତ ୧୫ ଦିନରେ ୧୩ ଥର ପେଟ୍ରୋଲ ରେଟ୍ ବଢ଼ାଇଛି, ଯାହାକି ବର୍ତ୍ତମାନ ସୁଦ୍ଧା ୯.୪୦ ପଇସା ବୃଦ୍ଧି ହୋଇଛି ।

Get real time updates directly on you device, subscribe now.