ବିଜେପି ପକ୍ଷରୁ TPCL କାର୍ଯନିର୍ବାହୀ ଅଧିକାରୀଙ୍କୁ 5 ଦଫା ଦାବିପତ୍ର ପ୍ରଦାନ

ରାଇଘର: ଉମରକୋଟ ଭାରତୀୟ ଜନତା ପାର୍ଟି ତରଫରୁ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ନେତ୍ରୃତ୍ବ ରେ TPCLକାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଗୋଟିଏ ୫ ଦଫା ଦାବି ପତ୍ର ଦିଆଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ, ନଗର ସାଧାରଣ ସମ୍ପାଦକ ଚିନ୍ମୟ କୁମାର ପଟ୍ଟନାୟକ,ମହେଶ ଗଣ୍ଡ ଏବଂ ଜଟି ପଟ୍ଟନାୟକ ଙ୍କ ଉପସ୍ଥିତି ରେ ପ୍ରଦାନ କରାଯାଇଥିଲା ।

ଏହି ଦାବି ପତ୍ର ରେ ଉମରକୋଟ ଏବଂ ରାଇଘର ଅଞ୍ଚଳର ଅନେକ ବିଦ୍ୟୁତ ସମସ୍ୟା ଯଥା ଅଘୋଷିତ ବିଦ୍ୟୁତ କାଟ୍, ପୁରୁଣା ବିଦ୍ୟୁତ ତାରର ପରିବର୍ତ୍ତନ, ପୋଡ଼ା ଏବଂ ଯାନ୍ତ୍ରିକ ତ୍ରୁଟି ଥିବା ଟ୍ରାନ୍ସପୋର୍ଟର ପରିବର୍ତ୍ତନ, ଲୋ ଭଲ୍ଟେଜ୍ ଯୋଗୁଁ ଗ୍ରୀଷ୍ମଋତୁରେ କ୍ରୃଷକଙ୍କ ଚାଷ କାର୍ଯ୍ୟରେ ବ୍ୟାଘାତ ଏବଂ ସଠିକ୍ ସମୟରେ ବିଦ୍ୟୁତ ବିଲ୍ ର ବଣ୍ଟନ ନିମନ୍ତେ ଦାବି କୁ ନେଇ ବିଧାୟକ SDO ଏବଂ CEO ଙ୍କ ସହ ଫୋନ୍ ଯୋଗେ ଦାବି ବାର୍ତ୍ତାଳାପ କରିଥିଲେ ଏବଂ ସମସ୍ୟାର ସମାଧାନ ସାତ ଦିନ ମଧ୍ୟରେ ନହେଲେ ଭାରତୀୟ ଜନତା ପାର୍ଟି ରାଜ ରାସ୍ତା କୁ ଓଲ୍ହେଇବା ସହ ସେହି ସମୟର କୌଣସି ଅପ୍ରିତୀକର ପରିସ୍ଥିତି ପାଇଁ TPCL ଦାୟୀ ରହିବ ବୋଲି ଚେତାବନୀ ଦେଇଥିଲେ। ଦୀର୍ଘ ଦୁଇ ବର୍ଷ କୋରନା କଟକଣା ପରେ ମା ଜଗତଜନନୀ ଙ୍କ ଆଗମନ ସମୟରେ ସହରରେ ବାରମ୍ବାର ବିଦ୍ୟୁତ କାଟ କୁ ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିବା ସହିତ ପୂନର୍ବାର ଏପରି ଭୁଲ୍ ନ କରିବା ପାଇଁ ଚେତାବନୀ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟିର ବହୁ ଜ୍ୟେଷ୍ଠ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।