ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ଚର୍ଚ୍ଚିତ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟ । ବହୁ ପ୍ରତିକ୍ଷିତ ଏହି ବିବାହ ଆଜି ଶେଷ ହୋଇଛି । ଦୁହେଁ ସାରା ଜୀବନ ପାଇଁ ଆନୁଷ୍ଠାନିକ ଭାବରେ ସ୍ୱାମୀ ସ୍ତ୍ରୀ ଭାବରେ ଯୋଡ଼ି ହୋଇଛନ୍ତି । ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଆଜି ଏହି ବିବାହ ଅନୁଷ୍ଠିତ ହୋଇଥିଲା ।
View this post on Instagram
ଏଥିରେ ରଣବୀରଙ୍କ ମା ନୀତୁ କପୁର, ରିଧୀମା କପୁର, କରୀନା କପୁର, କରିଶ୍ମା କପୁର, ମହେଶ ଭଟ୍ଟ, ସୋନି ରାଜଧାନ, ଶାହୀନ ଭଟ୍ଟ, ଲବ ରଞ୍ଜନ, କରନ ଜୋହର, ଆୟନ ମୁକେର୍ଜୀ ଏବଂ ଉଭୟଙ୍କ ନିକଟତମ ବନ୍ଧୁ ଉପସ୍ଥିତ ରହିଥିଲେ ।
ବହାଘର ଶେଷ ହୋଇ ହୋଇଥିବା ବେଳେ ଆଲିଆ ଏବଂ ରଣବୀର କେତେବେଳେ ଏହି ବିବାହ ବିଷୟରେ ସେମାନଙ୍କ ପ୍ରଶଂସକଙ୍କୁ ଅଫିସିଆଲ ଭାବରେ ଜଣାଇବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ସୁତ୍ରରୁ ମିଳିଥିବା ଖବର ମୁତାବକ ଉଭୟେ ସେମାନଙ୍କ ଫ୍ୟାନ୍ ମାନଙ୍କ ପାଇଁ ସର୍ବସାଧାରଣରେ ସନ୍ଧ୍ୟା ୭ଟାରେ ବାହା ବେଶରେ ନଜର ଆସିବେ ।
ଗତକାଲି ବିବାହ ପୁର୍ବ ପ୍ରସ୍ତୁତି ଯେପରିକି ମେହେନ୍ଦି କାର୍ଯ୍ୟ କାଲି ଶେଷ ହୋଇଥିଲା । ରଣବୀର ଏବଂ ଆଲିଆ ବ୍ରହ୍ମାସ୍ତ୍ର ଫିଲ୍ମ ସେଟରେ ପରସ୍ପର ପ୍ରେମରେ ପଡିଥିଲେ । ଏହା ପରେ ସୋନମ କପୁରଙ୍କ ବିବାହରେ ଉଭୟେ ଏକା ସାଙ୍ଗରେ ନଜର ଆସିଥିଲେ ।