fbpx

ବଜରଙ୍ଗବାଲିଙ୍କ ଏହି ରୂପକୁ ଆଜି କରନ୍ତୁ ପୂଜା, ସୁଖରେ ବିତିବ ସାରାଜୀବନ

ଆଜି ଅର୍ଥାତ୍ ୧୬ ଏପ୍ରିଲ ଶନିବାର ଦିନ ସମଗ୍ର ଦେଶରେ ସଙ୍କଟମୋଚନ ହନୁମାନଙ୍କ ଜନ୍ମ ଉତ୍ସବ ଅତି ଧୁମଧାମରେ ପାଳନ କରାଯିବ । ପବନପୁତ୍ର ହନୁମାନ ସମସ୍ତ ସଙ୍କଟରୁ ମୁକୁଳାଇଥାନ୍ତି । ଏଥିପାଇଁ ଭକ୍ତମାନେ ଏହି ଦିନକୁ ଅନେକ ସମୟରୁ ଅପେକ୍ଷା କରିଥାନ୍ତି । ହନୁମାନ ଜନ୍ମୋତ୍ସବ ଦିନ ହନୁମାନଙ୍କ ପଞ୍ଚମୁଖି ଅବତାରକୁ ପୂଜା କରିବାକୁ ନିୟମ ରହିଛି । ଏପରି କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ ।

ରାମାୟଣରେ ପ୍ରଭୁ ହନୁମାନଙ୍କ ଯେଉଁ ରୂପ ଉଲ୍ଲେଖ କରାଯାଇଛି, ସେଥିରେ ହନୁମାନଙ୍କ ୫ଟି ମୁହଁ ରହିଛି । ଯାହା ତାଙ୍କର ନରସିଂହ, ଗରୁଡ଼, ଅଶ୍ୱ, ମାଙ୍କଡ଼ ଓ ବରାହ ରୂପକୁ ପ୍ରତିପାଦିତ କରେ । ଏଥିରେ ପ୍ରତ୍ୟେକ ରୂପ କିଛି ନା କିଛି ଦେଇଥାଏ । ଯେପରିକି- ସଫଳତା, ଦୀର୍ଘ ଆୟୁ, ସୁଖ ଏବଂ ଧନ ସମ୍ପତ୍ତି ଦେଇଥାଏ । ଏହା ସହ ଭୟକୁ ବି ଦୂରେଇ ଥାଏ ।

ଆଜି ହନୁମାନ ଜନ୍ମୋତ୍ସବରେ ଦକ୍ଷିଣ ଦିଗକୁ ମୁହଁ କରି ବସିଯାଆନ୍ତୁ । ଏକ ଚଉକି ଉପରେ ନାଲି କପଡ଼ା ବିଛାଇ ସେଠାରେ ହନୁମାନଙ୍କ ଫଟୋ ରଖନ୍ତୁ । ଏହା ପରେ ମଲ୍ଲୀ ସୁଗନ୍ଧିତ ଦ୍ରବ୍ୟ, ସିନ୍ଦୁର, ନାଲି ଫୁଲ ସହିତ ପୂଜା କରନ୍ତୁ । ବଜରଙ୍ଗବାଲିଙ୍କଠାରେ ଗାଈ ଘିଅରୁ ପ୍ରସ୍ତୁତ ବେସନ ଲଢ଼ୁ-ଫଳ ଆଦିକୁ ଭୋଗ ଅର୍ପଣ କରନ୍ତୁ । ତେଲର ଦୀପ ଜାଳିବା ସହ ଧୂପ ଦିଅନ୍ତୁ ଓ ମନ୍ତ୍ର ପଢ଼ନ୍ତୁ । ଏହି ଦିନ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରନ୍ତୁ ଓ ଭୂମିରେ ଶୁଅନ୍ତୁ ।

Get real time updates directly on you device, subscribe now.