(Video) ମାଟି ସାହାଯ୍ୟରେ ତିଆରି କଲେ ସୁପରକାର୍, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ…

ସମସ୍ତେ ନିଜର ଯୁବ ଅବସ୍ଥାରେ ଏକ ଲଗଜୁରୀ ଜୀବନ ଜୀଇଁବା ପାଇଁ ଚାହିଥାନ୍ତି । ନିଜ ପାଇଁ ଦାମୀ ଜିନିଷ କିଣିବାକୁ ଚାହିଁଥାଏ କିନ୍ତୁ ଦାୟିତ୍ୱ ଆଗରେ ଏହା ଏକ ସ୍ୱପ୍ନ ହୋଇ ରହିଯାଇଥାଏ । କିନ୍ତୁ ଭିଏତନାମର କିଛି ଯୁବକ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ଆପଣାଇଛନ୍ତି କିଛି ଅଲଗା ଉପାୟ । ଆଉ କିଛି ଏଭଳି କାରନାମା କରିଦେଖାଇଲେ ଯେ ଏବେ ଚାରିଆଡେ ତାଙ୍କର ପ୍ରଶଂସା ହେଉଛି । କାରଣ ସେମାନେ ମାଟିରେ ତଆରି ରକିଛନ୍ତି ନିଜ ସ୍ୱପ୍ନର କାର୍ ।

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଭିଏତନାମର ଯୁବକମାନେ କିଛି କମାଲ କରିଦେଖାଇଛନ୍ତି । ପ୍ରକୃତରେ ଏହି ଯୁବକମାନେ ନିଜ ଚେଷ୍ଟ ଏବଂ କଠିନ ପରିଶ୍ରମ ପରେ ନିଜର ଏକ ବୁଗାଟୀ କାର ତିଆରି କରିଛନ୍ତି, ଆଉ ତାହା ପୁଣି ମାଟିରେ । ଭିଡିଓରେ ଦେଖାଯାଉଛି ଯେ ଏହି ଯୁବକମାନେ କିଭଳି ଏହି କାର ତିଆରି କରୁଛନ୍ତି, ଏବଂ ଏହାକୁ ତିଆରି କରିବା ପାଇଁ କିଭଳି ମାଟିର ବ୍ୟବହାର କରୁଛନ୍ତି ।

ତେବେ ଏହି ଭିଡିଓକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ ଯେ ଯଦି ଏହି କାର ମାଟିରେ ତିଆରି ହୋଇଛି ତେବେ ଏହା ଆକ୍ସିଡେଣ୍ଟ ହେଲେ କ’ଣ ହେବ ଏବଂ ବର୍ଷା ହେଲେ ଧୋଇଯିବାର ମଧ୍ୟ ସମ୍ଭାବନା ରହିଛି । ଯାହାକୁ ଏହି ଯୁବକମାନେ ଅନ୍ୟ ଏକ ଭିଡିଓ ମାଧ୍ୟରେ କହିଥିଲେ ଯେ ମାଟିର ବ୍ୟବହାର କରାଯାଇଥିଲା ଏବଂ ମାଟି ଶୁଖିବା ପରେ ମାଟିର ଢ଼ାଞ୍ଚାକୁ ବାହାର କରିଦିଆଯାଇଥିଲା । ଲୋକମାନେ ଏହି ଯୁବକଙ୍କ ଖୁବ୍ ପ୍ରଶଂସା କରିଥିଲେ ଏବଂ ଏମାନଙ୍କୁ ଭବିଷ୍ୟତର ଆବିଷ୍କାରକ ବୋଲି କହିଛନ୍ତି ।

Get real time updates directly on you device, subscribe now.