ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦକ୍ଷିଣ ଓଡିଶାରେ ବିଦ୍ୟୁତ୍ ଶକ୍ତି ବିତରଣ ପାଇଁ ଟାଟା ପାୱାର ଓ ଓଡିଶା ସରକାରଙ୍କ ମଧ୍ୟରେ ଏକ ଯୁଗ୍ମ ଉଦ୍ୟମ ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏକ ୱାନ୍ ଷ୍ଟପ୍ ସଲ୍ୟୁଶନ ‘ପ୍ରୋଜେକ୍ଟ ସମାଧାନ’ର ଶୁଭାରମ୍ଭ କରାଯାଇଛି । ଏହି ପ୍ରକଳ୍ପ ଅଧିନରେ କମ୍ପାନୀ ପ୍ରତ୍ୟେକ ସବ୍-ଡିଭିଜନରେ ଗ୍ରାମାଂଚଳ ସ୍ତରୀୟ କ୍ୟାମ୍ପ ସ୍ଥାପନ କରିବା ଏବଂ ଗ୍ରାହକଙ୍କୁ ଏକାଧିକ ସେବା ପ୍ରଦାନ କରିବାକୁ ଯୋଜନା ରଖିଛି ।
ଏହି ପଦକ୍ଷେପକୁ ଗ୍ରାମାଂଚଳର ଲୋକଙ୍କ ନିକଟରେ ପହଂଚିବା ଏବଂ ସେମାନଙ୍କ ସ୍ଥାନରେ ସେମାନଙ୍କର ସମସ୍ୟାଗୁଡିକର ସମାଧାନ କରିବା ପାଇଁ ଏକ ଲକ୍ଷ୍ୟ ସହିତ ଲଂଚ୍ କରାଯାଇଛି । ଲୋକମାନଙ୍କୁ ନିଜର ବିଦ୍ୟୁତ୍ ବିଲ୍ ସମସ୍ୟାର ସମାଧାନ କରିବା ପାଇଁ ଏବେ କୌଣସି ସ୍ଥାନକୁ ଯିବାକୁ ପଡିବ ନାହିଁ । କମ୍ପାନୀ ଅଭିଯୋଗଗୁଡିକର ଶୀଘ୍ର ସମାଧାନ ପାଇଁ ନିଜର ଗ୍ରାହକ ପହଂଚକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ଏହି କ୍ୟାମ୍ପଗୁଡିକୁ ପ୍ରତ୍ୟେକ ସବ୍-ଡିଭିଜନରେ ସ୍ଥାପନ କରାଯିବା ପାଇଁ ଯୋଜନା ରହିଛି, ଯାହାକି ସ୍ପଟ୍ ରିଡିଂ-ଆଧାରିତ ବିଲ୍ ଓ ନକଲି ବିଲ୍ ବାହାର କରିବା, ବକେୟା ଅର୍ଥକୁ ସେହି ସ୍ଥାନରୁ ସଂଗ୍ରହ କରିବା, ମିଟର ଲାଗି ନଥିବା ସଂଯୋଗଗୁଡିକର ନିୟମିତକରଣ, ନୂଆ ସଂଯୋଗ ପାଇବା ପାଇଁ ମାର୍ଗଦର୍ଶନ ଓ ଯୋଗାଯୋଗ ବିବରଣୀ ଅପ୍ଡେଟ୍ କରିବା ଭଳି ଏକାଧିକ ସେବା ସୁନିଶ୍ଚିତ କରିବ ।
ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅରବିନ୍ଦ ସିଂହ କହିଛନ୍ତି, “ ଆମେ ଦକ୍ଷିଣ ଓଡିଶାରେ ଏକ ବର୍ଦ୍ଧିତ ବିତରଣ ନେଟ୍ୱର୍କ ନିର୍ମାଣ କରିବାକୁ ଇଚ୍ଛା ରଖିଛୁ । ଏଭଳି ପଦକ୍ଷେପଗୁଡିକର କାର୍ଯ୍ୟକାରିତାର ଆମର ଗ୍ରାହକ-କୈନ୍ଦ୍ରିକତା ଲକ୍ଷ୍ୟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡିବ । ଏକ ପ୍ରଗତିଶୀଳ ବିତରଣ କମ୍ପାନୀ ଭାବେ ଆମେ ବିଦ୍ୟୁତ୍ ଶକ୍ତି ବିତରଣକୁ ଏକ ସ୍ମାର୍ଟ ଉପାୟରେ ପରିଚାଳନା କରିବାକୁ ଲକ୍ଷ୍ୟ ରଖିଛୁ ଯେଉଁଠାରେ ଗ୍ରାହକମାନେ ଦକ୍ଷତାର ସହ ବିଦ୍ୟୁତ୍ ଶକ୍ତି ବ୍ୟବହାର କରିବା ପାଇଁ ସହଯୋଗ କରିବେ ।”