fbpx

ସହଜରେ ବ୍ରେକଅପ୍ କରିନିଅନ୍ତି ଏହି ରାଶିର ବ୍ୟକ୍ତିି! ପାର୍ଟନର ବଦଳାଇବା ନୁହେଁ କଷ୍ଟ କାମ

ପ୍ରେମ ଜୀବନ ପାଇଁ ବହୁତ ଜରୁରୀ ହୋଇଥାଏ । ଯେଉଁ ଲୋକଙ୍କୁ ନିଜ ଲଭ ପାର୍ଟନର ମିଳିଯାନ୍ତି ସେମାନେ ଭାଗ୍ୟବାନ୍ । ଅବଶ୍ୟ ଲଭ୍ ପାର୍ଟନର କିମ୍ବା ପ୍ରକୃତ ଭଲ ପାଇବା ମିଳିବା ମଧ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ । ସେହିଭଳି କିଛି ଲୋକଙ୍କ ଜୀବନରେ ତ’ ସ୍ଥାୟୀତ୍ୱ ନଥାଏ । ସେ ବାରମ୍ବାର ଲଭ ପାର୍ଟନର ବଦଳାଇଥାନ୍ତି । ତାଙ୍କ ପାଇଁ ବ୍ରେକଅପ୍ କରିବା ଏବଂ ନୂଆ ପାର୍ଟନର ଖୋଜିବା ମୁସ୍କିଲ ହୋଇନଥାଏ । ସେମାନେ ସହଜରେ ନିଜ ପାର୍ଟନର ବଦଳାଇଥାନ୍ତି ।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୂଯାୟୀ ୩ ରାଶି ଲୋକଙ୍କ ଲଭ୍ ଷ୍ଟାଟସ ବାରମ୍ବାର ବଦଳିଥାଏ । ଏହି ଲୋକ ଜଣେ ସାଥୀଙ୍କ ସହ ରହିନଥାନ୍ତି । ବିଭିନ୍ନ କାରଣରୁ ଏମାନଙ୍କର ବାରମ୍ବାର ବ୍ରେକଅପ୍ ହୋଇଥାଏ । ଅବଶ୍ୟ ଏହି ଲୋକ ଖୁବ୍ ଶୀଘ୍ର ନିଜ ପାଇଁ ନୂଆ ପାର୍ଟନର ଖୋଜି ନେଇଥାନ୍ତି । ଜାଣନ୍ତୁ ସେହି ୩ ରାଶି:-

ମେଷ ରାଶି: ମେଷ ରାଶି ବ୍ୟକ୍ତି ଟିକେ ରାଗି ସ୍ୱଭାବର ହୋଇଥାଏ । ଏମାନଙ୍କର ନାକ ଅଗରେ ରାଗ ରହିଥାଏ । ଅନେକ ଥର ଏମାନେ ଧ୍ୟାନ ଦିଅନ୍ତି ନାହିଁ ଯେ ସେମାନେ କ’ଣ କୁହନ୍ତି । ଏହି କାରଣ ଯୋଗୁଁ ସମ୍ପର୍କରେ ବାଧା ଆସିଥାଏ ଏବଂ ପାର୍ଟନରଙ୍କ ସହ ବ୍ରେକଅପ୍ ହୋଇଥାଏ ।

ତୁଳା ରାଶି: ତୁଳା ରାଶି ଜାତକ ଏମିତିରେ ତ’ ସନ୍ତୁଳିତ ରହିଥାଏ । କିନ୍ତୁ ଏହା ସହ ଏମାନେ ଅଧିକ ଭାବପ୍ରବଣ ମଧ୍ୟ ହୋଇଥାନ୍ତି । ଏମାନଙ୍କର ଅଧିକ ଇମୋସନାଲ ହେବା, ଛୋଟ-ଛୋଟ କଥାକୁ ଧରିବା ଯୋଗୁଁ ଏମାନଙ୍କୁ ପାର୍ଟନରଙ୍କ ଠାରୁ ଦୂରେଇ ଦେଇଥାଏ । ଏହି କାରଣରୁ ଏମାନଙ୍କ ଜଲଦୀ ବ୍ରେକଅପ୍ ହୋଇଥାଏ ।

ବୃଷ ରାଶି: ବୃଷ ରାଶି ଜାତକ ସ୍ୱଭାବରେ ଟିକେ ସ୍ୱାର୍ଥୀ ହୋଇଥାନ୍ତି କିନ୍ତୁ ସଂପର୍କକୁ ନେଇ ଏମାନଙ୍କର ଚିନ୍ତାଧାରା ଭିନ୍ନ ରହିଥାଏ । ସେମାନେ ସଂପର୍କକୁ ନିଭାଇବା ପାଇଁ ବେଶ୍ ଚେଷ୍ଟା କରନ୍ତି କିନ୍ତୁ ଯେତେବେଳେ ପାର୍ଟନର ହାତରୁ ଖସି ଯାଇଥାନ୍ତି ତେବେ ସତେବେଳେ ତାଙ୍କୁ ଛାଡ଼ିବାରେ ଡେରି କରନ୍ତି ନାହିଁ । ଏହି ଲୋକ ସଂପର୍କରେ ତିକ୍ତତା ଭରିବାକୁ ପସନ୍ଦ କରନ୍ତି ନାହିଁ ଏବଂ ଜଲଦୀ ହିଁ ଅନ୍ୟ ସାଥୀ ଖୋଜିବା ଆରମ୍ଭ କରିଦିଅନ୍ତି ।

 

Get real time updates directly on you device, subscribe now.